ରକ୍ଷାବନ୍ଧନ ଉପଲକ୍ଷେ ମହିଳାମାନଙ୍କ ପାଇଁ ୪୮ଘଣ୍ଟିଆ ମାଗଣା ବସ୍‌ଯାତ୍ରା

ଲକ୍ଷ୍ନୌ: ରକ୍ଷାବନ୍ଧନ ଉପଲକ୍ଷେ ଉତ୍ତର ପ୍ରଦେଶର ଯୋଗୀ ସରକାର ବଡ଼ ଘୋଷଣା କରିଛନ୍ତି । ମହିଳାମାନଙ୍କ ପାଇଁ ୪୮ଘଣ୍ଟିଆ ମାଗଣା ବସ୍‌ଯାତ୍ରା ବ୍ୟବସ୍ଥା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି।

ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ପୋଷ୍ଟ୍‌ କରାଯାଇଥିବା ଟୁଇଟ୍‌ରେ ଉଲ୍ଲେଖ ଅଛି: ରକ୍ଷାବନ୍ଧନ ଅବସରରେ, ରାଜ୍ୟର ସମସ୍ତ ମହିଳାମାନଙ୍କ ନିରାପଦ ଯାତ୍ରା ନିମନ୍ତେ ଉତ୍ତର ପ୍ରଦେଶ ରାଜ୍ୟ ପରିବହନ ନିଗମ ମାଗଣା ବସ୍‌ଯାତ୍ରା ସୁବିଧା ଯୋଗାଇ ଦେବ।

ଉପରୋକ୍ତ ବ୍ୟବସ୍ଥା ଅନୁସାରେ, ମହିଳାମାନେ ଅଗଷ୍ଟ ୧୦ ତାରିଖ ମଧ୍ୟରାତ୍ରରୁ ଅଗଷ୍ଟ ୧୨ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ରାଜ୍ୟ ପରିବହନ ନିଗମ ବସ୍‌ରେ ମହିଳାମାନେ ନିଶୁଳ୍କ ଯାତ୍ରା କରିପାରିବେ। ରକ୍ଷାବନ୍ଧନ ସହ ‘ସ୍ବାଧୀନତାର ଅମୃତ ମହୋତ୍ସବ’ ପାଳନର ଅଂଶବିଶେଷ ଭାବେ ମଧ୍ୟ ରାଜ୍ୟର ମହିଳାମାନଙ୍କୁ ଏହି ମାଗଣା ବସ୍‌ଯାତ୍ରା ସୁବିଧା ଯୋଗାଇଦିଆଯାଉଛି।

ଏହା ପୂର୍ବରୁ ରବିବାର ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ନାରୀମାନଙ୍କ ମର୍ଯ୍ୟାଦା ରକ୍ଷା କରିବା ସହ ସେମାନଙ୍କ ନିମନ୍ତେ ସଦା ସର୍ବଦା ନିରାପଦ ପରିବେଶ ଉପରେ ସୁନିଶ୍ଚତ ରହିବା ଲାଗି ସମସ୍ତଙ୍କୁ ଅନୁରୋଧ କରି କହିଥିଲେ।

nis-ad
Leave A Reply

Your email address will not be published.