ଝିଅକୁ ୪ ମହଲାରୁ ତଳକୁ ଫିଙ୍ଗିଦେଲେ ମହିଳା ଦାନ୍ତ ଡାକ୍ତର

ବେଙ୍ଗାଲୁରୁ: ଭୟଙ୍କର ଘଟଣା ଘଟାଇଛନ୍ତି ଜଣେ ମହିଳେ ଦାନ୍ତ ଡାକ୍ତର। ସେ ହଠାତ୍‌ ନିଜର ୪ ବର୍ଷର ଝିଅକୁ ୪ ମହଲାରେ ଥିବା ଘରର ବାଲକୋନୀରୁ ତଳକୁ ‍ଫିଙ୍ଗି ହତ୍ୟା କରିଛନ୍ତି। ବେଙ୍ଗାଲୁରୁର ଗୋଟିଏ ଆପାର୍ଟମେଣ୍ଟର ରହୁଥିବା ଜଣେ ଡାକ୍ତର ଏପରି କାଣ୍ଡ ଘଟାଇଛନ୍ତି।
ମହିଳା ଡାକ୍ତର ଜଣଙ୍କ ଝିଅକୁ ତଳକୁ ଫିଙ୍ଗିବା ପରେ ନିଜେ ମଧ୍ୟ ରେଲିଂ ଉପରେ ଚଢ଼ି କିଛି ସେକେଣ୍ଡ ଛିଡ଼ା ହୋଇଥିଲେ। ସମ୍ଭବତଃ ସେ ମଧ୍ୟ ତଳକୁ ଡେଇଁବାକୁ ଚେଷ୍ଟା କରୁଥିଲେ। ହେଲେ ଏହି ସମୟରେ ହଠାତ୍‌ ଘରର ଅନ୍ୟ ସଦସ୍ୟମାନେ ଦୌଡ଼ି ଆସି ତାଙ୍କୁ ବାଲକୋନୀ ରେଲିଂରୁ ବଳପୂର୍ବକୁ ବାହାର କରି ଘରକୁ ଆଣିଥିଲେ।
ପୁଲିସ କହିଛି ଯେ ଗୁରୁବାର ବେଙ୍ଗାଲୁରୁର ଏସ୍‌ଆର ନଗରରେ ଘଟଣା ଘଟିଥିଲା। ୪ ବର୍ଷର ଶିଶୁଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଶିଶୁଟି କଥା କହି ପାରୁ ନଥିଲା କିମ୍ବା ଶୁଣି ପାରୁ ନଥିଲେ। ଏହାକୁ ନେଇ ତାଙ୍କ ମା’ ଚିନ୍ତାରେ ରହିଥିଲେ। ସମ୍ଭବତଃ ଏହି କାରଣ ପାଇଁ ସେ ଝିଅକୁ ୪ ମହଲାରେ ଥିବା ଘରର ବାଲକୋନୀରୁ ଫିଙ୍ଗି ହତ୍ୟା କରିଛନ୍ତି।
ଶିଶୁକନ୍ୟାର ବାପା ଲିଖିତ ଅଭିଯୋଗ କରିବା ପରେ ମହିଳାଙ୍କୁ ଗିରଫ କରାଯାଇଛି। ମହିଳା ଜଣଙ୍କ ଜଣେ ଦାନ୍ତ ଡାକ୍ତର ହୋଇଥିବା ବେଳେ ତାଙ୍କ ସ୍ୱାମୀ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି। ଏବେ ପୁଲିସ୍‌ ମହିଳାଙ୍କୁ ଗିରଫ କରି ତାଙ୍କ ମାନସିକ ସ୍ଥିତିର ପରୀକ୍ଷା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ଏଥିସହ ଘଟଣା ପଛରେ ଆଉ କିଛି କାରଣ ରହିଛି କି ନାହିଁ, ତା’ର ମଧ୍ୟ ଛାନଭିନ କରୁଛି।

nis-ad
Leave A Reply

Your email address will not be published.