ମୋଦିଙ୍କୁ ଭେଟିଲେ ମମତା ବାନାର୍ଜୀ, ରାଷ୍ଟ୍ରପତିଙ୍କୁ ବି ସାକ୍ଷାତ କରିବେ

ନୂଆଦିଲ୍ଲୀ: ବିଜେପି ଓ ଟିଏମସି ମଧ୍ୟରେ ଚାଲିଥିବା ବାକ୍‌ଯୁଦ୍ଧ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୂଆଦିଲ୍ଲୀରେ ଥିବା ମୋଦିଙ୍କ ବାସଭବନରେ ପହଞ୍ଚି ମମତା ତାଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବର୍ତ୍ତମାନ ୪ ଦିନିଆ ଦିଲ୍ଲ ଗସ୍ତରେ ଥିବା ମମତା ୭ ତାରିଖରେ ନୀତି ଆୟୋଗ ବୈଠକରା ଯୋଗଦେବେ।
ଏହାପୂର୍ବରୁ ସେ ମୋଦିଙ୍କୁ ଭେଟି ରାଜ୍ୟର ବାକି ରହିଥିବା ଜିଏସ୍‌ଟି ବାବାଦ ଅର୍ଥ ଦେବାକୁ ଅନୁରୋଧ କରିଛନ୍ତି। ଏଥିସହ ଆହୁରି ଅନେକ ପ୍ରସଙ୍ଗରେ ଉଭୟ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନାହିଁ।
ମୋଦିଙ୍କୁ ଭେଟିବା ପରେ ମମତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ସାକ୍ଷାତ କରିବେ। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ମମତାଙ୍କ ସହ ଏହା ତାଙ୍କର ପ୍ରଥମ ଭେଟଘାଟ। ମମତା ତାଙ୍କ ବିରୋଧରେ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲେ। ହେଲେ ଶ୍ରୀମତୀ ମୁର୍ମୁ ନିର୍ବାଚନରେ ଜିତି ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଅନ୍ୟପକ୍ଷରେ ମୋଦି ଓ ମମତାଙ୍କ ଭେଟଘାଟକୁ ରାଜନୀତିକ ପଣ୍ଡିତମାନେ ଅଲଗା ନଜରରେ ମଧ୍ୟ ଦେଖୁଛନ୍ତି। ଇଡି କ୍ରମାଗତ ଭାବେ ବେଙ୍ଗଲର ମନ୍ତ୍ରୀମାନଙ୍କୁ ଟାର୍ଗେଟ କରୁଥିବାରୁ ଏ ସମ୍ପର୍କରେ କୌଣସି ବୁଝାମଣା କରିବାକୁ ମମତା ଦିଲ୍ଲୀ ଆସି ମୋଦିଙ୍କୁ ଭେଟିଥିବା ସେମାନେ କହିଛନ୍ତି। ସମ୍ଭବତଃ କୌଣସି ସେଟିଂ କରିବାକୁ ସେ ଚାହୁଁଥିବା ରାଜନୀତିକ ପଣ୍ଡିତମାନେ କହିଛନ୍ତି।
ସେହିପରି ବିଜେପି ନେତା ଦିଲୀପ ଘୋଷ ମଧ୍ୟ ମୋଦି ଓ ମମତାଙ୍କ ଭେଟଘାଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ସହ ବୁଝାମଣା ବା ସେଟିଂ ହୋଇ ସାରିଥିବା ଗୋଟିଏ ସଙ୍କେତ ଦେବାକୁ ଦିଦି ହଠାତ୍‌ ମୋଦିଙ୍କୁ ଭେଟିଛନ୍ତି। ମମତାଙ୍କ ଏହହି ଷଡ଼ଯନ୍ତ୍ର ପ୍ରତି କେନ୍ଦ୍ର ସରକାର ସତର୍କ ରୁହନ୍ତୁ ବୋଲି ସେ ଗତକାଲି କହିଥିଲେ।
ତେବେ ଏହାକୁ ଟିଏମସି ପକ୍ଷରୁ ମୂଲ୍ୟହୀନ ଅଭିଯୋଗ ବୋଲି କୁହାଯାଇଥିଲା। ମେଘାଳୟର ପୂର୍ବତନ ରାଜ୍ୟପାଳ ତଥାଗତ ରୟ ମଧ୍ୟ ମମତାଙ୍କ ସହ ମୋଦିଙ୍କ କୌଣସି ସେଟିଂ ହୋଇଛି କି ନାହିଁ, ସେକଥା ସ୍ପଷ୍ଟ କରିବାକୁ ଦାବି କରିଛନ୍ତି। ଏଥିସହ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ ବୁଝାନ୍ତୁ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.