ବୃଦ୍ଧଙ୍କୁ ପିଟି ଦେଲା ‘ମୋ ବସ୍‌’

ଭୁବନେଶ୍ୱର: ଭୁବନେଶ୍ୱର ରଘୁନାଥପୁର ନିକଟରେ ବୃଦ୍ଧଙ୍କୁ ପିଟି ଦେଲା ମୋ ବସ୍‌। ବୃଦ୍ଧ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। ଆଜି ସକାଳେ ବୃଦ୍ଧ ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ଏକ ମୋ ବସ୍‌ ତାଙ୍କୁ ଧକ୍କା ଦେଇଥିଲା।

ଏହା ପରେ ବସ୍‌ଟି ସେଠାରୁ ଖସିଯିବାକୁ ଉଦ୍ୟମ କରିଥିଲା। ଏହି ସମୟରେ ସ୍ଥାନୀୟ ଲୋକ ବସ୍‌ଟିକୁ ଅଟକାଇ ପୁଲିସକୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଡ୍ରାଇଭର ବେପାରୁଆ ଭାବେ ଗାଡ଼ି ଚଳାଉଥିବା ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। କ୍ଷତି ପୂରଣ ଦାବିରେ ୧ ଘଣ୍ଟା ଧରି ସେମାନେ ବସ୍‌କୁ ଅଟକାଇ ରଖିଥିଲେ। ଫଳରେ ଏହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ରାସ୍ତାର ଉଭୟ ପାର୍ଶ୍ୱରେ ଗାଡ଼ିମୋଟର ଅଟକି ରହିଥିଲା।

ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ଯାତାୟତ ସ୍ୱାଭାବିକ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରୁଛି।

nis-ad
Leave A Reply

Your email address will not be published.