୧୧ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋ ମଞ୍ଜୁରୀ: ୨୨୫୩ କୋଟି ନିବେଶରେ ମିଳିବ ୩୮୧୭ ନିଯୁକ୍ତି

ଭୁବନେଶ୍ୱର: ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ବୈଠକରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ୧୧ ପ୍ରକଳ୍ପରେ ନିବେଶ ହେବ ୨୨୫୩ କୋଟି ଟଙ୍କା, ଯାହାଫଳରେ ୩୮୧୭ ଜଣ ନିଯୁକ୍ତି ପାଇବେ । ଏହା ସହ ସୁନ୍ଦରଗଡ଼ରେ ଆଇରନ୍ ଓର ପ୍ଲାଣ୍ଟ ହେବ । ଏଥିରେ ୫୩୩ କୋଟି ଟଙ୍କା ନିବେଶ ହେବ ଏବଂ ୧୦୨୯ ଜଣ ନିଯୁକ୍ତି ପାଇବେ ।

ସେହିପରି ସୁନ୍ଦରଗଡ଼ ଫେରୋ ଆଲୟଜ୍ ପ୍ଲାଣ୍ଟ ହେବ, ଯେଉଁଥିରେ ୫୨୦ ଟଙ୍କା ନିବେଶ ହେବ ଓ ୬୦୦ ଜଣ ନିଯୁକ୍ତି ପାଇବେ ।

କେନ୍ଦୁଝରରେ କଲର କୋଟେଡ ଟିଏମଟି ପ୍ଲାଣ୍ଟ ହେବ, ଯେଉଁଥିରେ ୧୭୫ କୋଟି ନିବେଶ ଓ ୬୦୦ ଜଣ ନିଯୁକ୍ତି ପାଇବେ । ସେହିପରି ସମ୍ବଲପୁରରେ ତରଳ ଆଲୁମିନିୟମ ଆଲୟ ପ୍ଲାଣ୍ଟ ହେବ, ଯେଉଁଥିରେ ୧୦୦ କୋଟି ଟଙ୍କା ନିବେଶ କରାଯିବ ।

nis-ad
Leave A Reply

Your email address will not be published.