IPS ସ୍ତରରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ହୋଇଛି ଆଜି ଛୋଟ ଧରଣର ଅଦଳବଦଳ । ଆଇପିଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ, ଯତୀନ୍ଦ୍ର କୋୟଲ ହୋଇଛନ୍ତି ଆଇଜି ପ୍ରୋଭିଜନିଙ୍ଗ । ଡେପୁଟେସନରୁ ଫେରିଛନ୍ତି ଯତୀନ୍ଦ୍ର କୋୟଲ । ସେହିପରି ଆଇଜି ପର୍ସନେଲ ହୋଇଛନ୍ତି ଆଇନଶୃଙ୍ଖଳା IG ପ୍ରବୀଣ କୁମାର । ସଫିନ ଅହମଦଙ୍କୁ କ୍ରାଇମବ୍ରାଞ୍ଚ IG ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ବର୍ତ୍ତମାନ HRPC ଦାୟିତ୍ବରେ ଅଛନ୍ତି ସଫିନ ଅହମଦ ।

ସେହିପରି ଗତକାଲି ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବିଜ୍ଞପ୍ତି ଜାରି ହୋଇଛି । ବିଜ୍ଞପ୍ତି ଅନୂଯାୟୀ, ଆଇଏଏଏସ ବିଷ୍ଣୁପଦ ସେଠୀଙ୍କୁ ମିଳିଛି ଉଚ୍ଚଶିକ୍ଷା ବିଭାଗ ସଚିବ, ଏହାସହ ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । ଆଇଏଏସ ସଞ୍ଚୟ କୁମାର ସିଂହ ହେଲେ ଗ୍ରାମ୍ୟ ଉନ୍ନୟନ ପ୍ରମୁଖ ସଚିବ ।

ସେହିପରି ସଞ୍ଜୟଙ୍କୁ ସୂଚନା ଏବଂ ଲୋକସଂପର୍କ ବିଭାଗ ସଚିବ ଏବଂ ବିଡିଏ ଭିସି ଭାବରେ ମଧ୍ୟ ଅତିରିକ୍ତି ଦାୟିତ୍ୱ ଦିଆଯାଇଛି । ଅଶ୍ୱଥି ଏସଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଭାବରେ ମିଳିଛି ନୂଆ ଦାୟିତ୍ୱ । ଆଇଏଏସ ଅରବିନ୍ଦ ପାଢ଼ୀ ହେଲେ କୃଷି ଓ କୃଷକ ସଶକ୍ତିକରଣ ସଚିବ, ଶ୍ରୀ ପାଢ଼ୀଙ୍କୁ ମତ୍ସ୍ୟ ଓ ପ୍ରାଣୀସମ୍ଦ ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ମିଳିଲା ନିଯୁକ୍ତି ।

nis-ad
Leave A Reply

Your email address will not be published.