ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟରେ ଯୋଗଦେଲେ ହିଂମାଶୁ ଖଟୁଆ

ଭୁବନେଶ୍ବର: ଆଜି କୋଲକତା ସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଭାବେ ଦାଇତ୍ୱ ନେଲେ ଚଳଚିତ୍ର ନିର୍ଦ୍ଦେଶକ ହିଂମାଶୁ ଖଟୁଆ । ଏହା ହେଉଛି ଜାତୀୟ ଫିଲ୍ମ ଶିକ୍ଷା ଅନୁଷ୍ଠାନ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚଳଚିତ୍ର ସଂପର୍କିତ ଶିକ୍ଷା ଲାଭ କରିବା ପାଇଁ ଯୋଗଦେଇଥାନ୍ତି।

ଦାୟିତ୍ବ ନେବା ପରେ ସେ କହିଛନ୍ତି ଯେ, ଏହି ପ୍ରତିଷ୍ଠାନ ଚଳଚିତ୍ର ସଂସ୍କୃତି ର ବିକାଶ ପାଇଁ ସମର୍ପିତ, ନିର୍ଦ୍ଦେଶକ ଭାବେ ଏହି ଧାରାକୁ ଆଗାମୀ ଦିନରେ ଆହୁରି ପ୍ରସାରିତ କରିବି ।ଚଳଚ୍ଚିତ୍ର ଜଗତରେ ନୂତନ ପ୍ରତିଭା ସୃଷ୍ଟି କରିବା ହେବ ମୋର ପ୍ରଥମ ପ୍ରାଥମିକତା ।କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ର ଆଭିମୁଖ୍ୟ କୁ ଆହୁରି ଲୋକାଭିମୁଖୀ କରିବା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.