ଦାରିଙ୍ଗବାଡ଼ିର ଉନ୍ନତି କରଣ ପାଇଁ ବିଧାୟକ ଓ ବ୍ଲକ ପ୍ରଶାସନ ବିଭିନ୍ନ ସ୍ଥାନ ବୁଲି ଦେଖିଲେ

ଦାରିଙ୍ଗବାଡ଼ି(୪/୮) : ଓଡ଼ିଶାର ଭୂସ୍ବର୍ଗ କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଅଧିକ ସୁନ୍ଦର ସହିତ ବିଭିନ୍ନ ସୁବିଧା ଯୋଗାଇ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଧାୟକ ଓ ବ୍ଳକ ପ୍ରଶାସନ ପ୍ରୟାସ ଆରମ୍ଭ କରିଛନ୍ତି । ଦାରିଙ୍ଗବାଡ଼ି ପର୍ଯ୍ୟଟନ ସ୍ଥଳୀ ଭାବେ ରାଜ୍ୟ ସରକାରଙ୍କ ଠାରୁ ମାନ୍ୟତା ପାଇ ସାରିଛି। ହେଲେ ସେହିଭଳି ସେମିତି କିଛି ଉନ୍ନୟନ କାର୍ଯ୍ୟ ହୋଇ ନାହିଁ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ ପ୍ରକଳ୍ପ ଶୀତଋତୁ ଆସିଲେ ଚାରିମାସ ଚାଲୁଛି । ସରକାର ଏହାର ଉନ୍ନତି କରଣ କରିବା ପାଇଁ ବିଭିନ୍ନ ଯୋଜନା ମଧ୍ୟରେ ହାତକୁ ନେଇଛନ୍ତି । ହେଲେ ଦାରିଙ୍ଗବାଡ଼ିର ପରିମଳ ବ୍ୟବସ୍ଥା ନଥିବାରୁ ଚାରିଆଡ଼େ କୋଡ଼ କୋଡ଼ ଆବର୍ଜନା ପଡ଼ି ପରିବେଶ ପ୍ରଦୂଷଣ ହେଉଛି । ସେହିପରି ଉଠା ଦୋକାନୀ ବ୍ୟବସାୟୀଙ୍କୁ ଥଇଥାନ ନକରିବା ଓ ଗାଇ ବଳଦ ଅବାଧରେ ଏଣେ ତେଣେ ବୁଲିବା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇ ଅନେକ ଦୁର୍ଘଟଣା ହେବା ସହ ଦାରିଙ୍ଗବାଡ଼ିର ସୌନ୍ଦର୍ଯ୍ୟରେ ବାଧା ସୃଷ୍ଟି କରିଛି । ଏହି ସବୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦାରିଙ୍ଗବାଡ଼ିର ଉନ୍ନତି ଦିଗରେ ଅଧିକ ପଦକ୍ଷେପ ନେବା ପାଇଁ ଆଜି ଘୁ ଉଦୟଗିରି ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ବ୍ଲକ ପ୍ରଶାସନଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବା ଓ ନୂତନ ପ୍ରକଳ୍ପ ମାଧ୍ୟମରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ଜାଗା ଚିହ୍ନଟ କରି ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଯାହାକି ପୁରୁଣା ପୋଷ୍ଟ ନିକଟରେ କଲ୍ୟାଣ ମଣ୍ଡପ ନିର୍ମାଣ ,ଶିବ ମନ୍ଦିର ପୋଖରୀର ଉନ୍ନତି କରଣ ଓ ଦାରିଙ୍ଗବାଡିର ଭେଣ୍ଡିଙ୍ଗ ଯୋନ ଏବଂ ବସ ଷ୍ଟାଣ୍ଡର ପୁନରୁଦ୍ଧାର କରିବା ଓ ଖଲି ଗୋଦାମ ପାଖରେ ଉନ୍ନତ ଧରଣର ସପିଙ୍ଗ ମୋହଲ ତିଆରି କରିବା ପାଇଁ ପଦକ୍ଷେପ ନେବା ଜଣାପଡ଼ିଛି । ଯାହାକି ଦାରିଙ୍ଗବାଡ଼ିକୁ ବୁଲି ଆସୁଥିବା ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ପାଇଁ ଉପଯୋଗୀ ହେବା ଆଶା କରାଯାଉଛି ।

nis-ad
Leave A Reply

Your email address will not be published.