ନାଲି ଆଖି ଦେଖାଇଲା ଚାଇନା: ଆଜି ତାଇୱାନ ଚାରିପାଖ ସମୁଦ୍ରରେ ସମରାଭ୍ୟାସ କରିବ ଡ୍ରାଗନ୍

ନୂଆଦିଲ୍ଲୀ: ତାଇଓ୍ୱାନ୍-ଆମେରିକା ସଂପର୍କକୁ ନେଇ ନାଲି ଆଖି ଦେଖାଇଛି ଚାଇନା। ତାଇୱାନ ଚାରିପାଖ ସମୁଦ୍ରରେ ଆଜି ସମରାଭ୍ୟାସ କରିବ ଡ୍ରାଗନ୍। ସେପଟେ ତାଇଓ୍ୱାନ ରାଷ୍ଟ୍ରପତି ଭବନ ସମେତ ଗୁରୁତ୍ୱପୂର୍ଣ୍ଣ ବିଭାଗର ୱେବସାଇଟ୍ ଉପରେ ସାଇବର୍ ଆଟାକ୍ ହୋଇଥିବା ତାଇୱାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଗତକାଲି ପ୍ରତିରକ୍ଷା ମୁଖପାତ୍ର ନାନ୍ସି ପେଲୋସି ତାଇଓ୍ୱାନ୍ ଛାଡ଼ୁ ଛାଡ଼ୁ ତାଇଓ୍ୱାନ୍ ଆକାଶରେ ପଶିଛି ଚୀନର ୨୭ଟି ଲଢ଼ୁଆ ବିମାନ। ତାଇୱାନ୍‌ର ଏୟାର୍ ଡିଫେନ୍ସ ଜୋନ୍‌ରେ ୨୭ଟି ଚୀନି ଫାଇଟର୍ ଜେଟ୍ ପ୍ରବେଶ କରିଥିବା ତାଇପେ ପକ୍ଷରୁ ସୂଚନା ଦିଆଯାଇଛି। ୨୭ଟି ଲଢ଼ୁଆ ବିମାନ ଭିତରେ ୬ଟି J-11, ୫ଟି J-16 ଓ ୧୬ଟି ସୁଖୋଇ-30 ବିମାନ ଥିବା ତାଇଓ୍ୱାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ।
ଯଦିଓ ତାଇଓ୍ୱାନ୍ ଉପରେ ଚାପ ସୃଷ୍ଟି ଲାଗି ଚୀନ ଏଭଳି ଅନଧିକାର ପ୍ରବେଶ କିଛି , କିନ୍ତୁ ଏହା ନୂଆ। କଥା ନୁହେଁ। ତଥାପି ଆମେରିକା ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ବାଚସ୍ପତି ନାନ୍ସି ପେଲୋସିଙ୍କ ବିବାଦୀୟ ଗସ୍ତ ପରେ ପରେ ଏଭଳି କାର୍ଯ୍ୟକୁ ଗୁରୁତ୍ୱର ସହ ଦେଖୁଛନ୍ତି ବିଶେଷଜ୍ଞ। ତାଇୱାନ ଜଳରାଶିରେ ଚୀନ୍‌ ଆଜିଠାରୁ ବଡ଼ ଧରଣର ସମରାଭ୍ୟାସ ଆରମ୍ଭ କରିଥିବାରୁ ଏହାକୁ ନେଇ ବିଶ୍ୱବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ପେଲୋସି ତାଇୱାନ ଗସ୍ତରୁ ଫେରିବା ପରେ ଚୀନ୍‌ର ଆଭିମୁଖ୍ୟ ଅତ୍ୟନ୍ତ ଆକ୍ରମଣାତ୍ମକ ରହିଥିବାରୁ ତାଇୱାନ କର୍ତ୍ତୃପକ୍ଷ ଜାପାନ ସମେତ ଅନ୍ୟ ମିତ୍ର ରାଷ୍ଟ୍ରମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି। । ଅନ୍ୟପକ୍ଷରେ ଚୀନ୍‌ ନାଗରିକମାନେ ଆମେରିକା ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚାଇନାର ସାମାଜିକ ଗଣମାଧ୍ୟମରେ ପେଲୋସିଙ୍କ ଗସ୍ତ ଉପରେ ଜାତୀୟତାବାଦୀ ନାଗରିକମାନେ ଘୋର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ଚୀନ୍ ଏହା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି। ଚୀନ୍ ବି ତାଇୱାନ ଚାରିପଟେ ଦଣ୍ଡମୂଳକ ଲାଇଭ୍-ଫାୟାର୍ ମିଲିଟାରି ଡ୍ରିଲ୍ ଘୋଷଣା କରିବା ସହ ଉକ୍ତ ଡେଞ୍ଜର୍ ଜୋନ୍ ଘୋଷିତ ଅଞ୍ଚଳରେ କୌଣସି ଦେଶର ବିମାନ ଚଳାଚଳକୁ ନିଷିଦ୍ଧ କରିଛି। ଏହାଦ୍ୱାରା ଚୀନ୍ ତାଇୱାନ୍‌କୁ ଏକ ପ୍ରକାର ଅବରୋଧ କରି ରଖିଛି। ଚୀନ୍ ତାଇୱାନକୁ ପ୍ରାକୃତିକ ବାଲି ରପ୍ତାନି ଏବଂ ସେଠାରୁ ଫଳ ଓ ମାଛ ଆମଦାନି ବନ୍ଦ କରିଦେଇଛି।

nis-ad
Leave A Reply

Your email address will not be published.