ଆଇଏଏସ ଅଫିସରଙ୍କ ଉପରେ ବର୍ଷିଲେ ହାଇକୋର୍ଟ: କହିଲେ, ତୁମେ ଜିଲ୍ଲାପାଳ ପାଇଁ ଫିଟ୍‌ ନୁହଁ

ଇନ୍ଦୋର: ଜଣେ ଜିଲ୍ଲାପାଳଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ। ପଞ୍ଚାୟତ ନିର୍ବାଚନରେ ଜଣେ ପରାଜୟ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଥିବାରୁ ସମ୍ପୃକ୍ତ ଆଇଏଏସ ଅଫିସରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି କୋର୍ଟ। ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଭର୍ତ୍ସନା କରିବା ସହ ସେ ଜିଲ୍ଲାପାଳ ପାଇଁ ଫିଟ୍ ନୁହଁ ବୋଲି କହିଛନ୍ତି। ତେଣୁ ତାଙ୍କ ପଦରୁ ତାଙ୍କୁ ବହିସ୍କାର କରାଯାଉ ବୋଲି କୋର୍ଟ କଡ଼ା ଟିପ୍ପଣୀ ଦେଇଛନ୍ତି। କୋର୍ଟ ଆହୁରି କହିଛନ୍ତି ଯେ, ସମ୍ପୃକ୍ତ ଜିଲ୍ଲାପାଳ ଜଣକ ରାଜନେତାଙ୍କ ଏଜେଣ୍ଟ ଭାବେ କାମ କରୁଛନ୍ତି। ସେ ଜିଲ୍ଲାପାଳ ପାଇଁ ଯୋଗ୍ୟ ନୁହନ୍ତି। ଉକ୍ତ ମାମଲାରେ ଶୁଣାଣି କରି ହାଇକୋର୍ଟ ବିଚାରପତି ଜଷ୍ଟିସ ବିବେକ ଅଗ୍ରୱାଲ ଏହି ଟିପ୍ପଣୀ ଦେଇଛନ୍ତି। ଗତ ମାସରେ ଗୁନୁର ଜନପଥ ପଞ୍ଚାୟତର ଉପ ଅଧ୍ୟକ୍ଷ ନିର୍ବାଚନରେ ଜଣେ ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଫଳରେ ପରାଜିତ ପ୍ରାର୍ଥୀ ଏହାକୁ କୋର୍ଟରେ ଚାଲେଞ୍ଜ କରିଥିଲେ।
କୋର୍ଟ ଏହି ମାମଲାରେ ଶୁଣାଣି କରି ଜିଲ୍ଲାପାଳଙ୍କ ତ୍ରୁଟିପୂର୍ଣ୍ଣ ଘୋଷଣାକ ଉପରେ ଳବିରକ୍ତି ପ୍ରକାଣ କରିଥିଲେ। ଶୁଣାଣି ବେଳେ ପାନ୍ନା ଜିଲ୍ଲାର ଜିଲ୍ଲାପାଳ ସଞ୍ଜୟ ମିଶ୍ରାଙ୍କ ଉପରେ କୋର୍ଟ ବର୍ଷିଥିଲେ। ୨୫ ସଦସ୍ୟ ବିଶିଷ୍ଟ ଗୁନୁର ଜନପଦ ପଞ୍ଚାୟତର ଗତ ଜୁଲାଇ ୨୭ ତାରିଖରେ ଅଧ୍ୟକ୍ଷ ଏବଂ ଉପଅଧ୍ୟକ୍ଷକୁ ନେଇ ନିର୍ବାଚନ ହୋଇଥିଲା। ଉପ ଅଧ୍ୟକ୍ଷ ନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଥିବା ପରାମାନନ୍ଦ ଶର୍ମା ତାଙ୍କ ପ୍ରତିପକ୍ଷ ବିଜେପିର ରାମଶିରୋମଣି ମିଶ୍ରାଙ୍କୁ ୨୫ଟି ଭୋଟରୁ ୧୩ଟି ଭୋଟ ପାଇ ପରାସ୍ତ କରିଥିଲେ।
ସେହିଦିନ ଉପସ୍ଥିତ ଥିବା ପ୍ରିଜାଇଡିଂ ଅଫିସର ପରମାନନ୍ଦ ମିଶ୍ରାଙ୍କୁ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ। କିନ୍ତୁ ସେହିଦିନ ପରାଜିତ ବିଜେପି ପ୍ରାର୍ଥ ରାମଶିରୋମଣି ମିଶ୍ରା ଏହି ଫଳାଫଳକୁ ଜିଲ୍ଲାପାଳଙ୍କ ନିକଟରେ ଚାଲେଞ୍ଜ କରିଥିଲେ। ଆଉ ଜିଲ୍ଲାପାଳ ପରାଜିତ ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରିଥିଲେ। ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତି ବିରୋଧରେ ପରାମାନନ୍ଦ ମିଶ୍ରା ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଅପରପକ୍ଷକୁ ସୁଯୋଗ ନଦେଇ ଜିଲ୍ଲାପାଳ ଏକପାଖିଆ ଭାବେ ଫଳାଫଳ ଘୋଷଣା କରିଥିବା ସେ ତାଙ୍କ ଆବେଦନରେ ଦର୍ଶାଇଥିଲେ।

nis-ad
Leave A Reply

Your email address will not be published.