ଆଇଏଏସ୍ ସ୍ତରରେ ଅଦଳବଦଳ, ଅରବିନ୍ଦ ପାଢୀ ହେଲେ କୃଷି ବିଭାଗ ସଚିବ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଅରବିନ୍ଦ ପାଢ଼ୀ ଓ ଅଶ୍ବଥୀ ଏସ୍ ଙ୍କୁ ରାଜ୍ୟ ସରକାର ବଡ଼ ଦାୟିତ୍ବ ଦେଇଛନ୍ତି। ଶ୍ରୀ ପାଢ଼ୀଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ସଚିବ ଭାବେ ନିଯୁକ୍ତି ମିଳିଛି।

ଏଥିସହ ତାଙ୍କୁ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି। ସେହପରି ଅଶ୍ବଥୀ ଏସ୍ ଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ରାଜ୍ୟ ସରକାର ବିଷ୍ଣପଦ ସେଠୀଙ୍କୁ ଉଚ୍ଚଶିକ୍ଷା ସଚିବ ଭାବେ ନିଯୁକ୍ତି ଦେଇଛନ୍ତି। ବିଷ୍ଣୁପଦଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗରେ ଅତିରିକ୍ତ ଦାୟିତ୍ବ ମିଳିଛି। ସଂଜୟ କୁମାର ସିଂହଙ୍କୁ ଗ୍ରାମ୍ୟ ଉନ୍ନୟନ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଏଥି ସହିତ ତାଙ୍କୁ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ଓ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। 

nis-ad
Leave A Reply

Your email address will not be published.