ପାଣ୍ଡ୍ରିପାଣି ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

ମାଲକାନଗିରି (୩।୮) : ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମିର ବିକାଶ ସହ ଜିଲ୍ଲାରେ ଥିବା ସ୍କୁଲ ଗୁଡିକରେ କିଭଳି ଶିକ୍ଷାଦାନ କରାଯାଉଛି ଓ ବିଦ୍ୟାଳୟର ପରିବେଶ ସଫା ସୁତୁରା ରହୁଛିକି ନାହିଁ, ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସଠିକ୍ ସମୟରେ ସ୍କୁଲ୍ ପହଞ୍ଚି ଶିକ୍ଷାଦାନ କରୁଛନ୍ତିକି ନାହିଁ ସେ ସମ୍ବନ୍ଧରେ ଜିଲ୍ଲାପାଳ ବିଶାଲ ସିଂ ଅଧିକ ଗୁରୁ‌ତ୍ୱ ଦେଇଛନ୍ତି । ତେଣୁ ଅନେକ ସମୟରେ ସେ ବିଭିନ୍ନ ବିଦ୍ୟାଳୟ ଗସ୍ତକରି ସେହି ବିଦ୍ୟାଳୟ ଗୁଡିକର ସମିକ୍ଷା କରୁଛନ୍ତି । ଏହି ପରିପେକ୍ଷୀରେ ଆଜି ଜିଲ୍ଲାପାଳ ଶ୍ରୀ ସିଂ ଓ ପି.ଏ .ଆଇ.ଟି.ଡି.ଏ ତ୍ରିନାଥ ମାଝି ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟକୁ ଗସ୍ତ କରିଥିଲେ । ଗସ୍ତ ସମୟରେ ସେହି ବିଦ୍ୟାଳୟ୍‌ରେ ଥିବା ଛାତ୍ର ଛାତ୍ରୀଙ୍କୁ ସଠିକ୍ ଶିକ୍ଷା ଦିଆ ହେଉଛିକି ନାହିଁ ତାହା ତଦାରଖ କରିବା ସହ କିଛି ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ବିଦ୍ୟାଳୟରେ କିପରି ମଧ୍ୟାହ୍ନ ଭୋଜନ ଦିଆ ହେଉଛି ତାର ମାନ ଦେଖିବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ଶେଷରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଥିବା ବେଳେ ସେହି ମଧ୍ୟାହ୍ନ ଭୋଜନକୁ ପି.ଏ.ଆଇ.ଟି.ଡି.ଏ ଶ୍ରୀ ମାଝି ନିଜେ ଛାତ୍ରଛାତ୍ରୀଙ୍କ ସହ ମିଶି ଖାଇଥିଲେ ଏବଂ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟାକୁ ଯଥା ଶିଘ୍ର ସମାଧାନ କରାଯିବ ବୋଲି ପ୍ରକାଶ କରିଥିଲେ ।

nis-ad
Leave A Reply

Your email address will not be published.