ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଆନୁକୂଲ୍ୟରେ ବିଦ୍ୟାଳୟସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୩୩ଟି ପ୍ରତିଯୋଗିତାରେ ୩୦୦ ଶିଶୁ ଭାଇଭଉଣୀ ଅଂଶ ଗ୍ରହଣ କରିଥିଲେ l ସୁଦୂର କୁର୍ତ୍ତମଗଡ଼, ବାଟାଗୁଡା, ଓ ବାଲିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଚାରକ ଭାବେ ସହଯୋଗ କରିଥିଲେ l ଉଦଯାପନୀ ଉତ୍ସବର ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିକ୍ଷାର ଉପାଦେୟତା ତଥା କର୍ତ୍ତବ୍ୟନିଷ୍ଠ ଉପରେ ଶିଶୁଙ୍କୁ ଉଦବୋଧନ ଦେଇଥିଲେ l ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜ୍ଞାନର ଆବଶ୍ୟକତା ବିଷୟରେ ଉଦବୋଧନ ଦେଇଥିଲେ l ଏତଦ ବ୍ୟତୀତ ସ୍ଥାନୀୟ ମହାବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ହିମାଂଶୁ ଚରଣ ସାହୁ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ ଅନୁଷ୍ଠିତ ସଭାର ସଭାପତିତ୍ୱ କରିଥିଲେ l ଏଥିସହ ଅନୁଷ୍ଠାନର ସହ ସଂପାଦକ ଦଣ୍ଡପାଣି ଭୂୟା, ପୂର୍ବତନ ଉପସଭାପତି ଅନନ୍ତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ଅତିଥି ମାନଙ୍କ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏଥିସହ ବିଦ୍ୟାଳୟର ବରିଷ୍ଠା ଆଚାର୍ଯ୍ୟ ଶ୍ରୀମତୀ ମମତା ମହାରଣା ଧନ୍ୟବାଦ ଅର୍ପଣ ସହ ସଭାକାର୍ଯ୍ୟ ସମାପନ କରାଯାଇଥିଲା l

nis-ad
Leave A Reply

Your email address will not be published.