ସ୍ୱଚ୍ଛ ସାଥି ଏବଂ ଜଳ ସାଥୀଙ୍କ ପ୍ରଶିକ୍ଷଣ ଶିବିର

ବ୍ରହ୍ମପୁର : ବ୍ରହ୍ମପୁର ମହାନଗର ନିଗମର ୪୨ ଗୋଟି ୱାର୍ଡ଼ରେ କାର୍ଯ୍ୟରତ ସ୍ୱଚ୍ଛ ସାଥି ଏବଂ ଜଳ ସାଥୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ବିକ୍ରମ କୁମାର ପଣ୍ଡା, ଉପମେୟର ଇ. ବିବେକ ରେଡ଼ି, କମିଶନର ଜେ. ସୋନାଲ୍‌, ଏନ୍ ଫର୍ସମେଟଂ ଅଧିକାରୀ ତରୁଣ କାନ୍ତ ପ୍ରମୁଖ ଯୋଗଦେଇ ସ୍ୱଚ୍ଛ ସାଥି ଏବଂ ଜଳ ସାଥୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ମହାନଗର ନିଗମରେ ପରିମଳ ଦାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଭିନ୍ନ ୱାର୍ଡ଼ରେ ରହିଥିବା ସ୍ୱଚ୍ଛ ସାଥିଙ୍କ ଦ୍ୱାରା ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ କିଛି ୱାର୍ଡ଼ରେ ପରିମଳ ବ୍ୟବସ୍ଥା ସୁଚାରୁ ରୂପେ ହୋଇପାରୁନଥିବା ଯୋଗୁଁ ଅସୁବିଧା ପରିଲିକ୍ଷିତ ହେଉଛି । ତେଣୁ ସମସ୍ତ ସ୍ୱଚ୍ଛ ସାଥୀଙ୍କୁ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ମହାନଗର ନିଗମ ପାଇଁ ଆଦାୟ ହେଉଥିବା ସମସ୍ତ ଟିକସକୁ ଠିକ୍ ସମୟରେ ଆଦାୟ କରିବା ପାଇଁ କମିଶନର ଜେ. ସୋନାଲ କହିଥିଲେ । ଏଥି ସହ ଜଳ ମିଟର ଅନୁଯାୟୀ ଜଳ କର ଆଦାୟ କରିବା ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଇଥିଲା । ମହାନଗର ନିଗମର ରାଜସ୍ୱକୁ ବୃଦ୍ଧି କରିବା ପାଇଁ ଅଧିକ ତତ୍ପରତା ସହ କାର୍ଯ୍ୟ କରିବାକୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହି ଅବସରରେ ସୁପରଭାଇଜରଙ୍କ ସମେତ ୪୨ ଗୋଟି ୱାର୍ଡ଼ର ସ୍ୱଚ୍ଛ ସାଥୀ ଓ ଜଳ ସାଥୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.