ଏଯାଏଁ କୌଣସି ମଙ୍କିପକ୍ସ କେସ ଚିହ୍ନଟ ହୋଇନି, କିନ୍ତୁ ରାଜ୍ୟ ସରକାର ପ୍ରସ୍ତୁତ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର:ମଙ୍କିପକ୍ସ ନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା । ରାଜ୍ୟରେ ଏଯାଏଁ କୌଣସି ମଙ୍କିପକ୍ସ କେସ ଚିହ୍ନଟ ହୋଇନି । କିନ୍ତୁ WHO ଗାଇଡଲାଇନ ଅନୁସାରେ ରାଜ୍ୟ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦେଶାବଳି ଅନୁସାରେ କାର୍ଯ୍ୟ ଚାଲିଛି । ସନ୍ଦିଗ୍ଧ ରୋଗୀଙ୍କ ଚିହ୍ନଟ ଲାଗି ଡାକ୍ତରମାନଙ୍କୁ ସେନସିଟାଇଜ କରାଯାଇଛି । ସର୍ଭେଲାନ୍ସ ବଢ଼ାଇବା ପାଇଁ ସବୁ ଜିଲ୍ଲାର ସର୍ଭେଲାନ୍ସ ଟିମକୁ ନିର୍ଦେଶ ଦିଆଯାଇଛି । ସନ୍ଦିଗ୍ଧ ନମୁନାର ପରୀକ୍ଷା ଲାଗି ଭୁବନେଶ୍ୱରସ୍ଥିତ RMRCକୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା RMRCରେ ଟେଷ୍ଟିଂ ବ୍ୟବସ୍ଥା ନାହିଁ । ସନ୍ଦିଗ୍ଧ ନମୁନାକୁ RMRC ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ପଠାଇ ଟେଷ୍ଟ କରାଇବ । ତେବେ RMRCରେ ମଙ୍କିପକ୍ସ ଟେଷ୍ଟିଂ କରାଇବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ICMRକୁ ଚିଠି ଲେଖିଛନ୍ତି ।

ମଙ୍କିପକ୍ସ ରୋଗୀଙ୍କୁ 24 ଦିନରୁ ଅଧିକ ଆଇସଲେସନରେ ରହିବାକୁ ପଡ଼ୁଥିବାରୁ ସବୁ ମେଡିକାଲ କଲେଜକୁ 2ଟି ଲେଖାଏ ବେଡ଼ ରିଜର୍ଭ ରଖିବାକୁ କୁହାଯାଇଛି । ଦରକାର ପଡ଼ିଲେ, ବେଡ଼ ସଂଖ୍ୟା ବଢାଇବାକୁ ନିର୍ଦେଶ ଦିଆଯାଇଛି । ପ୍ରତି ମେଡିକାଲ କଲେଜରେ ଜଣେ ଲେଖାଏଁ ନୋଡାଲ ଅଫିସର ମଙ୍କିପକ୍ସ ଚିକିତ୍ସା ଦାୟିତ୍ୱରେ ରହିବେ । ସେହିଭଳି ଖୁବଶୀଘ୍ର ମଙ୍କିପକ୍ସ ଚିକିତ୍ସା ନେଇ ରାଜ୍ୟର ସବୁ ମେଡିକାଲ କଲେଜ ଓ ଜିଲ୍ଲା ଚିକିତ୍ସାଳୟ ଡାକ୍ତରମାନଙ୍କର କଟକ SCB ମେଡିକାଲ କଲେଜରେ ଟ୍ରେନିଂ ବ୍ୟବସ୍ଥା କରାଯାଉଛି । ଏନେଇ ସବୁ ଜିଲ୍ଲାକୁ ଚିଠି ଲେଖାଯାଇଛି । ସମଲିଙ୍ଗୀ ଯୌନ ସମ୍ପର୍କରୁ ଅଧିକ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଉଥିବାରୁ ଏଡ୍ସ କଣ୍ଟ୍ରୋଲ ପ୍ରୋଗ୍ରାମ ଅଧୀନରେ ଥିବା ଇଣ୍ଟିଗ୍ରେଟେଡ଼ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର-ICTC ଗୁଡ଼ିକୁ ମଧ୍ୟ ଏ ପ୍ରକ୍ରିୟାରେ ସାମିଲ କରାଯାଇଛି । ସେଠାକୁ ଆସୁଥିବା ସନ୍ଦିଗ୍ଧ ମଙ୍କିପକ୍ସ ରୋଗୀଙ୍କୁ ଚିହ୍ନଟ କରି ଟେଷ୍ଟିଂ କରାବାକୁ ସେମାନଙ୍କୁ କୁହାଯାଇଛି ।

nis-ad
Leave A Reply

Your email address will not be published.