ଆଇପିଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ବଦଳିଲେ ବୌଦ୍ଧ ଓ ଦେବଗଡ଼ ଏସ୍‌ପି

ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବୌଦ୍ଧ ଓ ଦେବଗଡ଼ ଜିଲ୍ଲାର ଏସପିଙ୍କୁ ପରିବର୍ତ୍ତନ କରାଯାଇଛି । ପ୍ରହ୍ଲାଦ ସହାଇ ମୀନା ହେଲେ ବୌଦ୍ଧ ଜିଲ୍ଲାର ନୂଆ ଏସପି । କ୍ରାଇମ ଡିସିପି ପ୍ରମୋଦ ରଥଙ୍କୁ ଦେବଗଡ଼ ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ଚିତ୍ତରଞ୍ଜନ ସାମନ୍ତଙ୍କୁ ଭୁବନେଶ୍ୱର କମ୍ପ୍ୟୁଟର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ସୁଦାମ ସାହୁ ପ୍ରମୋସନ ପାଇ ଭୁବନେଶ୍ୱର-କଟକ କ୍ରାଇମ ଡିସିପି ହୋଇଛନ୍ତି।

ସେହିପରି ସୟଦ ମୁଜିବୁର ରେହମାନଙ୍କୁ ସିଗନାଲ ଏସପି ଦାୟିତ୍ୱ ମିଳିଛି । କିଶୋର କୁମାର ପାଣିଗ୍ରାହୀଙ୍କୁ ଏସଟିଏଫ ଏସପି, ଜ୍ଞାନରଞ୍ଜନ ମହାପାତ୍ରଙ୍କୁ ସ୍ପେଶାଲ ବ୍ରାଞ୍ଚ ଏସପି ଭାବେ ଦାୟିତ୍ୱ ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ଏପ୍ରିଲ ମାସରେ ରାଜ୍ୟରେ ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଥିଲା । ସେ ସମୟରେ କଟକ ଓ ଭୁବନେଶ୍ୱରରେ ନୂଆ ଡିସିପିଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଏହାଛଡ଼ା ଏପ୍ରିଲ ମାସରେ ରାଜ୍ୟର ୯ଟି ଜିଲ୍ଲାର ଏସପିଙ୍କ ସମେତ ୧୨ ଜଣ ଆଇପିଏସ ଅଧିକାରୀଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା ।

nis-ad
Leave A Reply

Your email address will not be published.