୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆର୍‌ଆଇ

ବାଲେଶ୍ୱର:୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବାଲେଶ୍ୱର ସଦର ତହସିଲ ବଇଞ୍ଚା ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ଡଲି ସେଠୀ । ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ ।

ସୂଚନା ଅନୁସାରେ, ତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ବଇଞ୍ଚା ଆର୍‌ଆଇ ଡଲି ସେଠୀ ୩୦ ହଜାର ଟଙ୍କା ନେଇଥାନ୍ତେ।

ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ଟଙ୍କା ନେଉଥିବା ବେଳେ ଚଢାଉ କରିଥିଲା ଭିଜିଲାନ୍ସ । ଆଉ ଏହି ଚଢାଉରେ ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ଡଲି ସେଠୀଙ୍କୁ ଧରିଥିଲା ଭିଜିଲାନ୍ସ । ଟଙ୍କା ଜବତ ସହ ଆରଆଇ ଡଲି ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍‌ ।

ସଦର ବ୍ଲକ ପାଖରାବାଡ଼ ପଞ୍ଚାୟତର ନୀଶ୍ଚିନ୍ଦା ଗ୍ରାମର ଦୀନବନ୍ଧୁ ବେହେରାଙ୍କ ସାଢେ଼ ୩ ବର୍ଷର ପୁଅ ଦାଣ୍ଡରେ ଖେଳୁଥିବା ସମୟରେ ପୋଖରୀରେ ବୁଡି ମୃତ୍ୟୁ ହୋଇଥିଲା। ଏହି ଘଟଣା ଗତ ଏପ୍ରିଲ ମାସ ୧୨ରେ ଘଟିଥିଲା ।

nis-ad
Leave A Reply

Your email address will not be published.