ଦେଶରେ ହ୍ରାସ ପାଉଛି କୋଭିଡ୍‌-୧୯ ସଂକ୍ରମଣ; ୧୯ଟି ରାଜ୍ୟରେ ଅଛନ୍ତି ବହୁସଂଖ୍ୟକ ସକ୍ରିୟ ଆକ୍ରାନ୍ତ

ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ସଂଖ୍ୟା ଉଲ୍ଲେଖଯୋଗ୍ୟ ସଂଖ୍ୟାରେ ହ୍ରାସ ପାଇ ୧୬ ହଜାରରୁ କିଛି ଅଧିକ ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବ୍‌ସାଇଟ୍‌ରୁ ଜଣାପଡ଼ିଛି। ତଥାପି କୋଭିଡ୍‌ ମାମଲା ଓ ପଜିଟିଭିଟି ହାର ଦ୍ରୁତ ବୃଦ୍ଧି ପାଉଥିବା ୯ଟି ରାଜ୍ୟର ୧୧୫ଟି ଜିଲ୍ଲାର କୋଭିଡ୍‌-୧୯ ପରିସ୍ଥିତି ବିଷୟରେ କେନ୍ଦ୍ର ସରକାର ସମୀକ୍ଷା କରିଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬,୪୬୪ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨୪ମୃତ୍ୟୁ ରେକର୍ଡ କରାଯାଇଛି।
୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୬,୪୬୪ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୦,୩୬,୨୭୫ରେ ପହଞ୍ଚିଛି।
ଗତ ୨୪ ଘଣ୍ଟାରେ ହୋଇଥିବା ୨୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୬,୩୯୬ରେ ପହଞ୍ଚିଛ।

nis-ad
Leave A Reply

Your email address will not be published.