ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ବରିଷ୍ଠ କିରାଣୀ

ବରଗଡ଼: ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ବରିଷ୍ଠ କିରାଣୀ । ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ବିଭାଗ ବରିଷ୍ଠ କିରାଣୀଙ୍କୁ କାବୁ କରିଥିଲେ । ବରଗଡ ଜିଲ୍ଲା ଅମ୍ବାଭୋନା ତହସିଲର ବରିଷ୍ଠ କିରାଣୀ ବଳରାମ କଳାରି ।

ଡୁଙ୍ଗୁରୀ ଗ୍ରାମର ନିତେଶ ପ୍ରଧାନଙ୍କ ଏକ ମ୍ୟୁଟେସନ ବାବଦକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।

ତେବେ ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି ନା କେବଳ ବଳରାମଙ୍କ ଭୁମିକା ଅଛି ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

nis-ad
Leave A Reply

Your email address will not be published.