ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ସମନ: ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ କରିଥିଲେ ଦୁର୍ବ୍ୟବହାର

ସାଂସଦ, ସୁପରଷ୍ଟାର ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ପୁଣି ଏକ ନୂଆ ମୋଡ଼। ବର୍ଷା ପ୍ରିୟଦର୍ଶିନୀଙ୍କୁ ଦିଲ୍ଲୀ ପୋଲିସର ଏକ ସମନ ଆସିଥିବା ଜଣାପଡିଛି। ସାଂସଦ ଅନୁଭବ ମହାନ୍ତିଙ୍କ କର୍ମଚାରୀଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି।

କେବଳ ବର୍ଷା ପ୍ରିୟାଦର୍ଶିନୀ ନୁହେଁ ତାଙ୍କର ସମ୍ପର୍କୀୟଙ୍କ ନାମରେ ମଧ୍ୟ ଦିଲ୍ଲୀ ପୋଲିସ ସମନ ଜାରି କରିଛି। ୨୦୧୯ ମସିହା ଜୁଲାଇ ମାସରେ ଦିଲ୍ଲୀ ପୋଲିସ ନିକଟରେ ଏହି ଅଭିଯୋଗ ହୋଇଥିଲା। ଗତ ୨୫ ତାରିଖରେ ଦିଲ୍ଲୀ ପୋଲିସର ଏକ ଟିମ କଟକରେ ପହଁଚିଥିଲା। ତେବେ ସେହି ଟିମକୁ କମିଶନରେଟ ପୋଲିସ ଟିମ ସହଯୋଗ କରି ନ ଥିଲା। ଶେଷରେ ବର୍ଷା ଓ ତାଙ୍କ ଭଉଣୀ ପୁରିଘାଟ ଥାନାରେ ପହଁଚି ନୋଟିସ ଗ୍ରହଣ କରିଥିଲେ।

nis-ad
Leave A Reply

Your email address will not be published.