ପୁରୀ ଆରପିଏଫ ଦ୍ଵାରା ଟ୍ରେନ୍ ସିଟ୍ ତଳୁ ନବଜାତ ଶିଶୁ ଉଦ୍ଧାର

ପୁରୀ: ଟ୍ରେନ୍‌ ଭିତରୁ ନବଜାତ ଶିଶୁ ଉଦ୍ଧାର। ପୁରୀ ଆରପିଏଫ ଦ୍ଵାରା ଉଦ୍ଧାର ହୋଇଛି ନବଜାତ ଶିଶୁ। ରେଳଷ୍ଟେସନର ଚାରି ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ଵିନୀ ଏକ୍ସପ୍ରେସର ବଗି ଭିତର ସିଟ୍‌ ତଳୁ ନବଜାତ ଶିଶୁକୁ କରାଯାଇଛି ଉଦ୍ଧାର। ଆରପିଏଫ୍ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ବଗି ଭିତରେ ଶିଶୁ କାନ୍ଦ ଶୁଣିବାକୁ ମିଳିଥିଲା।

ଆରପିଏଫ୍ କର୍ମଚାରୀ ଯାଇ ଦେଖନ୍ତି ଏକ ଶିଶୁକୁ କେହି ସିଟ୍ ତଳେ ଛାଡ଼ି ଦେଇ ଚାଲିଯାଇଛନ୍ତି। ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ସଦର ମୁଖ୍ଯ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି। ଶୁଶୁ ପାଖରେ ଆରପିଏଫ ଓ ଚାଇଲ୍ଡ ଲାଇନ୍‌ ଷ୍ଟାଫ୍‌ ମୁତୟନ ଥିବାବେଳେ ଘଟଣାର ଚାଲିଛି ତଦନ୍ତ।

ତେବେ କିଏ ଏହି ଶିଶୁ ଛାଡ଼ି ଯାଇଛି ସେ ନେଇ ଜଣାପଡ଼ିନି। ଆରପିଏଫ୍, ଜିଆରପି ଓ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାରମ୍ଭିକ ଭାବେ ଷ୍ଟେସନର ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି। ତେବେ ଏହି ଘଟଣା ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗର ବିଷୟ ହୋଇଛି।

nis-ad
Leave A Reply

Your email address will not be published.