ମାଣ୍ଡିଆର ଚାହିଦା ବିଶ୍ୱ ଦରବାରରେ ରହିଛି : ଭାରତ ଏହାର ନେତୃତ୍ଵ ନେବ– ଏପିଡା ମହା ପ୍ରବନ୍ଧକ…

ସୁନ୍ଦରଗଡ଼ ଜିଲ୍ଲା ପ୍ରତିନିଧି // ନିଃସର୍ତ୍ତ


ସୁନ୍ଦରଗଡ଼ : ସୁନ୍ଦରଗଡରେ ଆନ୍ତର୍ଜାତିକ ପୁଷ୍ଟିଶସ୍ୟ ବର୍ଷର ଶଙ୍ଖନାଦ ଭାରତ ସରକାରଙ୍କ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ଯ ଉତ୍ପାଦ ରପ୍ତାନୀ ବିକାଶ ପ୍ରାଧିକରଣ(ଏପିଡା) ତରଫରୁ ଓଡିଶା ମିଲେଟ ମିଶନ, ନାବାର୍ଡ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସେବକର ମିଳିତ ଉଦ୍ୟମରେ ପୁଷ୍ଟିଶସ୍ୟ ରପ୍ତାନି-ଆଧାରିତ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଆୟୋଜନ ସେବକର ଆଞ୍ଚଳିକ ସାଧନ କେନ୍ଦ୍ରଠାରେ ଆୟୋଜନ କରାଯାଇଥିଲା | ଏଥିରେ ଏପିଡା, ଓଡିଶା ମିଲେଟ ମିଶନ, ନାବାର୍ଡ,ଏପିକଲ ସମେତ କୃଷି ସହାୟକ ଜିଲ୍ଲା ଅଧିକାରୀ, କୃଷିବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ, ସେଣ୍ଟ୍ରାଲ ୱେର ହାଉସିଂ କର୍ପୋରେସନ, ଜିଲ୍ଲା ଖଣିଜ ପାଣ୍ଠି ଓ ସେବକର ଅଧିକାରୀ ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ | ପୁଷ୍ଟିଶସ୍ୟ ରପ୍ତାନି-ଆଧାରିତ ଉପରେ ପ୍ରଥମ ଥର ପାଇଁ ପଶ୍ଚିମ ଓଡିଶାରେ ଏହି ସ୍ତରର ଏକ କାର୍ଯ୍ୟକ୍ରମ ଆୟୋଜିତ ହେଉଛି | ଆନ୍ତର୍ଜାତୀୟ ମିଲେଟ ବର୍ଷ ୨୦୨୩ର ପ୍ରସ୍ତୁତି ନିମନ୍ତେ ଏହା ହେଉଛି ମୂଳଦୁଆ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ତା’ର ସଂଲଗ୍ନ ଏପିଡାର ପଞ୍ଜିକୃତ ରପ୍ତାନିକାରୀ, କୃଷକ ଉତ୍ପାଦକ ସଂସ୍ଥା ତଥା ପ୍ରଗତିଶୀଳ କୃଷକମାନେ ଅଂଶଗ୍ରହଣ କରିଥିଲେ |
ସର୍ବପ୍ରଥମେ ଏପିଡା-କଲିକତାର ସୀତାକାନ୍ତ ମଣ୍ଡଲ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ଏପିଡାର ଡେପୁଟି ମ୍ୟାନେଜର ବିନୀତା ସୁଧାଂଶୁ ଭାରତରେ ମୂଲ୍ୟବର୍ଦ୍ଧିତ ଉତ୍ପାଦର ଚାହିଦା ତଥା ପୁଷ୍ଟିଶସ୍ଯର ରପ୍ତାନି ଉପରେ ଆଲୋଚନା କରିଥିଲେ। ଓଡିଶା ମିଲେଟ ମିଶନର ଜିଲ୍ଲା ସଂଯୋଜକ ଅମିତ ରାୟ ଜିଲ୍ଲାରେ ପୁଷ୍ଟିଶସ୍ୟ ଚାଷର ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଥିଲେ। ସେଣ୍ଟ୍ରାଲ ୱେର ହାଉସିଂ କର୍ପୋରେସନର ସୁରେଶ କୁମାର ମହାନ୍ତି ପୁଷ୍ଟିଶସ୍ଯର ସଂରକ୍ଷଣ ଉପରେ ଆଲୋଚନା କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡର ବୈଜ୍ଞାନିକ ଡେବିଡ ଜେମ୍ସ ବାଗେ ପାରମ୍ପରିକ ପୁଷ୍ଟିଶସ୍ୟ ଚାଷ ପ୍ରଣାଳୀର ପୁନରୁଦ୍ଧାର ତଥା ପୁଷ୍ଟିଶସ୍ଯର ମୂଲ୍ୟବୃଦ୍ଧି ଉପରେ ଆଲୋଚନା କରିଥିଲେ। ଏପିକଳର ପ୍ରତିନିଧି ତଥା ସହକାରୀ କୃଷି ଯନ୍ତ୍ରୀ ମୋନାଲିସା ସାହୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ଯୋଗ ଯୋଜନା ଉପରେ ବିସ୍ତ୍ରୁତ ଆଲୋଚନା କରିବା ସଙ୍ଗେ ସଙ୍ଗେ ବିଭିନ୍ନ କୃଷି ଯନ୍ତ୍ର ପାତିର ଉପଲବ୍ଧତା ସମ୍ପର୍କରେ ଉପସ୍ଥାପନା କରିଥିଲେ।


ଭିଡ଼ିଓ କନଫରେନସିଙ୍ଗରେ ଯୋଗଦାନ କରି ଏପିଡାର ମହା ପ୍ରବନ୍ଧକ ମନ ପ୍ରକାଶ ବିଜୟ ମାଣ୍ଡିଆର ରପ୍ତାନି କୁ ପ୍ରାଧାନ୍ୟ ଦେଇ ତାହାର ବଜାର ବ୍ୟବସ୍ଥା କରିବା ଦିଗରେ ସମସ୍ତେ ମିଳିମିଶି ଚେଷ୍ଟା କରିବାକୁ ଆହ୍ଵାନ ଦେଇଥିଲେ ତଥା ଭଲ ସ୍ୱାସ୍ଥ୍ୟ ପାଇଁ ମାଣ୍ଡିଆର ଚାହିଦା ବିଶ୍ୱ ଦରବାରରେ ରହିଥିବାରୁ ଆମ ଦେଶ ଭାରତ ପାଇଁ ଏହା ଏକ ମୂଲ୍ଯବାନ ସୁଯୋଗ ବୋଲି କହିଥିଲେ। ସହକାରୀ କୃଷି ନିର୍ଦ୍ଦେଶକ ପ୍ରଦୀପ କୁମାର ସାହୁ ନିଜସ୍ଵ ମଞ୍ଜି ଉତ୍ପାଦନ ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ। ଆପେଡା ବୋର୍ଡ଼ ମେମ୍ବର ସୁକାନ୍ତ କୁମାର ପାଣିଗ୍ରାହୀ ମାଣ୍ଡିଆର ଉପାଦେୟତା, ସଂରକ୍ଷଣ ଓ ପ୍ରକ୍ରିୟାକରଣ ଉପରେ ଆଲୋଚନା କରିଥିଲେ। ଜିଲ୍ଲା ଖଣିଜ ପାଣ୍ଠିର ଜୀବିକା ବିଶେଷଜ୍ଞ ଅଞ୍ଜନ କୁମାର ପଣ୍ଡା ଇ-ରେଜିଷ୍ଟ୍ରସନ, ଭିତ୍ତିଭୂମିର ବିକାଶ ତଥା ଚାଷୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ଵାରୋପ କରିଥିଲେ। ସେବକର ଅଧ୍ୟକ୍ଷ ଅମିୟକାନ୍ତ ନାଏକ ପୁଷ୍ଟିଶସ୍ୟର ପ୍ରସାର ନିମନ୍ତେ ଏହି କାର୍ଯ୍ୟକ୍ରମ ଗୋଟିଏ ଯୁଗାନ୍ତକାରୀ ପଦକ୍ଷେପ ଯାହା ସମସ୍ତଂକ ସହାୟତା ଓ ସହଭାଗିତା ଦ୍ଵାରା ଏହା ସଫଳତାର ସ୍ଵାଦ ଚାଖି ପାରିବ ବୋଲି ମତାପ୍ରଦାନ କରିଥିଲେ। ଏପିଡା କଲିକତାର ଆଞ୍ଚଳିକ ମୁଖ୍ୟ ସନ୍ଦିପ ସାହା ଉଦଯାପନୀ ଅଭିଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ବିଶ୍ୱକୁ ଗୁଣାତ୍ମକ ଉତ୍ପାଦ ଯୋଗାଇବା ସହ ଉତ୍ପାଦନ, ବଜାର ସଂଯୋଗ, କୃଷକଙ୍କ ଆୟ ଏବଂ ଅନ୍ୟାନ୍ୟ ରପ୍ତାନି ସମ୍ବନ୍ଧୀୟ ପ୍ରସଙ୍ଗ ବିଷୟରେ ଆଲୋଚନା କରାଯାଇଥିଲା | ଏହି କ୍ଷେତ୍ରର ବିକାଶ ପାଇଁ

ରପ୍ତାନିକାରୀମାନଙ୍କୁ ଏପିଡାର ଆର୍ଥିକ ସହାୟତା ଯୋଜନା ବିଷୟରେ ଅବଗତ କରାଯାଇଥିଲା ଏବଂ ଗୁଣାତ୍ମକ ଉତ୍ପାଦନ ସମ୍ବନ୍ଧୀୟ ସମସ୍ୟା ବିଷୟରେ ସ୍ଥାନୀୟ କୃଷି ବିଭାଗ ସହିତ ଯୋଗାଯୋଗ କରିବାକୁ ସମସ୍ତ କୃଷକଙ୍କୁ ଉପଦେଶ ଦିଆଯାଇଥିଲା | କୃଷି ଉତ୍ପାଦକ କମ୍ପାନୀ ତଥା କୃଷି ଉତ୍ପାଦକ ସଂସ୍ଥା ଗୁଡ଼ିକୁ ନିଜେ ରପ୍ତାନିକାରୀ ସଂସ୍ଥା ଭାବରେ କାର୍ଯ୍ୟ କରିବା ତଥା ସମଗ୍ର ଦେଶରେ କୃଷି ଉତ୍ପାଦନର ନୂତନ ଧାରଣା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା | ଯଦି ସେମାନଙ୍କର ଉତ୍ପାଦ ଅନ୍ୟ ଦେଶକୁ ରପ୍ତାନି ହୁଏ ତେବେ କୃଷକମାନେ ନିଶ୍ଚିତ ଭାବରେ ଉପକୃତ ହେବେ ଯାହା ସେମାନଙ୍କୁ ଅଧିକ ମୂଲ୍ୟ ଆଣିପାରେ ଏବଂ ମଧ୍ୟସ୍ଥିଙ୍କ ସମର୍ଥନକୁ ଦୂର କରିପାରିବ ଏବଂ ସେମାନଙ୍କ ଉତ୍ପାଦକୁ ଚାଷରୁ ନିକଟସ୍ଥ ମଣ୍ଡିକୁ ନେଇଯିବାରେ ମଧ୍ୟ ସମ୍ମୁଖୀନ ହେବ | ରାଜ୍ୟର ନିଜସ୍ୱ ବନ୍ଦରରୁ ରପ୍ତାନିକୁ ପ୍ରୋତ୍ସାହିତ କରିବାର ସୁଯୋଗ ଅନ୍ୟ ରାଜ୍ୟ ତଥା ବନ୍ଦର ଉପରେ ନିର୍ଭରଶୀଳତାକୁ ଏଡାଇବା ପାଇଁ ମଧ୍ୟ ଅନୁସନ୍ଧାନ କରାଯିବ। ଏହା ଆଭ୍ୟନ୍ତରୀଣ ପରିବହନ ଖର୍ଚ୍ଚ ସଞ୍ଚୟ କରିବ |
ଏହି ବୈଠକରେ ପ୍ରଗତିଶୀଳ କୃଷକ ତଥା କୃଷକ ଉତ୍ପାଦକ କମ୍ପାନୀ ଏବଂ କୃଷକ ଉତ୍ପାଦକ ସଂଗଠନର ମତାମତ ନିଆଯାଇଛି। ଏଥିସହ କୃଷକମାନେ ଏପିଡାର ପଞ୍ଜୀକୃତ ରପ୍ତାନିକାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିବାର ସୁଯୋଗ ପାଇଲେ | ନିକଟ ଭବିଷ୍ୟତରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଉଚିତ୍ ବୋଲି ଅଂଶଗ୍ରହଣକାରୀ ମାନେ ମତ ପ୍ରଦାନ କରିଛନ୍ତି । ଅନ୍ୟାନ୍ୟ ଜିଲ୍ଲା ପାଇଁ ମଧ୍ୟ ଏହିପରି ସଂଖ୍ୟକ କାର୍ଯ୍ୟକ୍ରମ ଯୋଜନା କରାଯାଇଛି ବୋଲି ସେବକର ଅଧ୍ୟକ୍ଷ ଅମିୟ କାନ୍ତ ନାଏକ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.