ମାଲକାନଗିରି,: ମାଲକାନଗିରି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଭେଟି ବିଭିନ୍ନ ବିଷୟରେ କଲେ ଆଲୋଚନା । ଆଜି ମାଲକାନଗିରି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ସଭାପତି ଆଡମା ରାବା ଭୁବନେଶ୍ଵର ଗସ୍ତ କରିଥିବା ବେଳେ ମନ୍ତ୍ରୀ ଶ୍ରୀ ସାରକାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କଲେ । ଦଳୀୟ ସଙ୍ଗଠନକୁ ସୃଦୁଢ଼ କରିବା ସହ ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇ ସେଗୁଡିକ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଜିଲ୍ଲାରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଅବଗତ ହୋଇ ମନ୍ତ୍ରୀ ଶ୍ରୀ ସାରକା ମଧ୍ୟ ସେଥିପ୍ରତି ଗୁରୁତ୍ଵ ଦେଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post