ଜନ ଆରୋଗ୍ୟ ସମିତି ସଦସ୍ୟଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦଘାଟିତ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ର କୁକୁଡାଖଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ କେ. ଏସ. ନଗର ଠାରେ ଗୋଷ୍ଠୀ ପ୍ରକ୍ରିୟା ସାଧନ କେନ୍ଦ୍ର ଜାତୀୟ ସ୍ୱାସ୍ଥ୍ୟ ମିଶନ ଓଡିଶା ସହାୟତା ଓ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ର ସହଯୋଗ ରେ ଜନ ଆରୋଗ୍ୟ ସମିତି ର ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି I ଆୟୋଜିତ କାର୍ଯ୍ୟକ୍ରମ ରେ ରାଜ୍ୟ ଗୋଷ୍ଠି ପକ୍ରିୟା ସାଧନକେନ୍ଦ୍ର ର ସଂଯୋଜକ ବିମେଳେନ୍ଦୁ ପଟନାୟକ,ଜିଲ୍ଲା ଆଶା ସଂଯୋଜକ ଆଶିଷ ମିଶ୍ର,ଜିଲ୍ଲା ଗୁଣଭତ୍ତା ସହ ପରିଚାଳକ ସଞ୍ଜୟ ପରିଡା,ମେଡିକାଲ ର ଭାରପ୍ରାପ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ରାମଚନ୍ଦ୍ର ମହାପାତ୍ର, ଡ଼ଃ ସୁଶାନ୍ତ କୁମାର ଗୋଷ୍ଠି ସ୍ତରରେ ସାମନ୍ୱିତ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଅଧୀନରେ ରେ ଥିବା ପ୍ରତେକ ଲୋକଙ୍କ ର ସମସ୍ତ ପ୍ରତିଷେଧକ, ପ୍ରୋତ୍ସାହନ,

ଆରୋଗ୍ୟକାରୀ,ପୁନର୍ବାସ ଓ ପ୍ରଶମନ ସେବା ଯତ୍ନ ସୁବିଧା ରେ ମିଳିବା ଉପରେ ବକ୍ତା ମାନେ ମତ ବ୍ୟକ୍ତ କରିଥିଲେ I ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ଡ଼ଃ ବିଜୟ ଲକ୍ଷ୍ମୀପଣ୍ଡା, ଡ଼ଃ ସାବିତ୍ରୀ ସାମନ୍ତରାୟ,ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ କୃତିବାସ ଅଚାରୀ, ସୋନାଲି ମଣ୍ଡଳ ତାଲିମ ପ୍ରଦାନ କରିଥିଲେ I ଦୁଇଦିନିଆ ତାଲିମ କାର୍ଯ୍ୟକ୍ରମ ରେ ରୋଗୀଙ୍କୁ ନିରନ୍ତର ସେବା, ପରାମର୍ଶ, ଗୋଷ୍ଠୀ ଏକତ୍ରି କରଣ କରିବା, ଦୀର୍ଘ କାଳୀନ ରୋଗ ଗୁଡିକ ର ପରୀକ୍ଷା, ଚକ୍ଷୁ, ଶ୍ରବଣ, ଗର୍ଭବତୀ, ସ୍ତନ୍ୟପାନ କରାଉଥିବା ମହିଳା, ଶିଶୁ, ଓ କିଶୋରୀ ମାନଙ୍କ ସ୍ୱାସ୍ଥ୍ୟ ସେବା ସୁବିଧା ସହଜରେ ମିଳିବା ଉପରେ ତାଲିମ ପ୍ରଦାନ କରାଯାଇଥିଲା I ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ରେ ବିଶୁଦ୍ଧ ପାନୀୟଜଳ, ପୋଷଣ ଖାଦ୍ୟ, ରକ୍ତ ହୀନତା, ଅଂଚଳ ରେ କୁ ପୋଷଣ ନ ରହିବା, ଆବର୍ଜନା ମୁକ୍ତ ଅଂଚଳ, ସ୍ୱଚ୍ଛ କପଡା, ଉତ୍ତମ ସୁରକ୍ଷା ବ୍ୟବସ୍ଥା, ନିୟମିତ ବାଜ୍ୟବସ୍ତୁ ନିଷ୍କାସନ, ସ୍ୱଷ୍ଟ ଫଳକ ବ୍ୟବସ୍ତା କରାଯିବ ବୋଲି କୁହାଯାଇଥିଲା I ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ, ମହିଳା ସଂଘ ର ସଭାନେତ୍ରୀ ଓ ସମ୍ପାଦିକା,ୱାର୍ଡ ସଭ୍ୟ, ଗାଁ କଲ୍ୟାଣ ସମିତି ର ସଦସ୍ୟ,ଆଶା, ଅଙ୍ଗନବାଡି କର୍ମୀ, ଶିକ୍ଷବିତ, ଶିକ୍ଷକ, ବିଦ୍ୟାର୍ଥୀ,ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମ କୁ କୁକୁଡାଖଣ୍ଡି ବ୍ଲକ ପରିଚାଳକ ସୋହନ ପଟନାୟକ, କବିସୂର୍ଯ୍ୟନଗର ବ୍ଲକ ପରିଚାଳକ ସୁନୀଲ କୁମାର ପଣ୍ଡା ପ୍ରମୁଖ ସଂଯୋଜନା କରୁଥିଲେ I ଗଞ୍ଜାମ ଜିଲ୍ଲାର 246 ଗୋଟି ଜନ ଆରୋଗ୍ୟ ସମିତି ରେ ଏଭଳି ଦୁଇ ଦିନିଆ ତାଲିମ ପ୍ରଦାନ କରାଯିବ ବୋଲି ଜିଲ୍ଲା ଆଶା ସହ ପରିଚାଳକ ଆଶିଷ ମିଶ୍ର ପ୍ରକାଶ କରିଛନ୍ତି I

nis-ad
Leave A Reply

Your email address will not be published.