ବ୍ରହ୍ମପୁର : ବୈଦ୍ୟନାଥପୁର ଥାନା ଅଧୀନରେ ଥିବା ଲାଞ୍ଜିପଲ୍ଲୀ କୃଷ୍ଣନଗର ତୃତୀୟ ଲାଇନ ର ଏକ ନାବାଳିକ ପୁଅ ନିଖୋଜ କୁ ନେଇ ଥାନା ର ଦ୍ବାରସ୍ଥ ହୋଇଥିଲେ ପରିବାର l ସୂଚନା ପ୍ରକାରେ ଗତ 15 ତାରିଖ ଶୁକ୍ରବାର ରାତି ରେ ପଦ୍ମା ମହାରଣା ଙ୍କ 17 ବର୍ଷ ର ନାବାଳକ ପୁଅ ରିସନ ମହାରଣା କେଉଁ ଆଡେ ଚାଲିଯାଇଥିଲେ l ପଦ୍ମା ଦୁଇ ଦିନ ଧରି ଖଜାଖୋଜି କରି ବିଫୋଳ ହେବା ପରେ 18/07/2022 ତାରିଖ ସନ୍ଧ୍ୟା 6 ଘଣ୍ଟା ରେ ପୁଅ ନିଖୋଜ ହେବା ଘଟଣା କୁ ନେଇ ସ୍ଥାନୀୟ ବୈଦ୍ୟନାଥପୁର ଥାନା ରେ ଜଣାଇଥିଲେ l ନାବାଳକ ପୁଅ ର ନିଖୋଜ ଘଟଣା କୁ ଆଧାର କରି କେଶ ନମ୍ବର 251/22 ରେ ଏକ ମାମଲା ରୁଜୁ କରାଯାଇଥିଲା l ଥାନା ଅଧିକାରୀ ରାମକୁମାର ମୁର୍ମୁ ଏହି ଘଟଣା କୁ ଗୁରୁତ୍ୱ ନେବା ସହ ଏକ ଟିମ ଗଠନ କରିଥିଲେ l ଏହି ଟିମ ର ମୁଖ୍ୟ ଏସ ଆଇ ଅଞ୍ଜଳି ବେହେରା ଥିବା ବେଳେ ଏସ ଆଇ ବିଭୁତି ଭୂଷଣ ସେଠି,ଏ ଏସ ଆଇ ଗିରି ଗୋବର୍ଧନ ଜେନା , ଦୀପକ ପାତ୍ର ଏବଂ ଆଶିଷ ପାଣିଗ୍ରାହୀ ବିଭିନ୍ନ ସ୍ଥାନ କୁ ଯାଇ ରସନ ର ନିଖୋଜ ଘଟଣା ର ତଦନ୍ତ କରିଥିଲେ l ଗତ କାଲି କୌଣସି ସୂତ୍ର ରୁ ଖବର ପାଇ ବୈଦ୍ୟନାଥପୁର ଥାନା ପୋଲିସ ରିସନ କୁ ହାଇଦ୍ରାବାଦ ରୁ ଉଦ୍ଧାର କରି ଆଜି ତାଙ୍କ ମାଆ ପଦ୍ମା ଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି l
Sign in
Sign in
Recover your password.
A password will be e-mailed to you.
Prev Post