ଭିନ୍ନଭିନ୍ନ ବନାଞ୍ଚଳରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୨ ବନପାଳ ୨ବନରକ୍ଷୀ ନିଲମ୍ବିତ

ଭଞ୍ଜନଗର : ଜୁନ ୭ରେ ମୁଜାଗଡ ବନାଞ୍ଚଳ ମୁଜାଗଡ ସେକସନର  ଦଦରାଲୁଣ୍ଡା ଗ୍ରାମ ନିକଟ ବନ୍ଧଗୋଛା ଜଙ୍ଗଲରେ ଘଟିଥିବା ଦନ୍ତାହାତୀର ମୃତ୍ୟ , ଦାନ୍ତ ଲୁଟ୍ ଓ କାଯ୍ୟରେ ଅବହେଳାକୁ ନେଇ ୨ଜଣକୁ ନିଲମ୍ବିତ କରାଯାଇଛି।ସେମାନେ ହେଲେ ମୁଜାଗଡ ସେକସନର ବନପାଳସୁକାନ୍ତ କୁମାର ନାୟକ ଓ ବନରକ୍ଷୀ ଶ୍ରୀମନ ପ୍ରଧାନ।ଏହି ଘଟଣାରେ ସଂପୃକ୍ତ ଥିବା ୩ ଅଭିଯୁକ୍ତକୁ ଗିରଫ କରିବା ସହ ଲୁଟ୍ ହେଇଥିବା ଦାନ୍ତକୁ ଜବତକରିଥିଲା ।ସେହିପରି ଜଗନ୍ନାଥପ୍ରସାଦ ବନାଞ୍ଚଳ ବେଲଗୁଣ୍ଠI ସେକସନର କନ୍ଧନୂଆଁପଲ୍ଲୀ ଗ୍ରାମ ନିକଟ କାଜୁଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁ ଓ କାଯ୍ୟରେ ଅବହେଳା  ଘଟଣାରେ ବନପାଳ ଓ ବନରକ୍ଷୀକୁ ଶୁକ୍ରବାର  ନିଲମ୍ବିତ କରିଛନ୍ତି ବନଖଣ୍ଡ ଅଧିକାରୀ ।ସେମାନେ ହେଲେ ବେଲଗୁଣ୍ଠI ବନପାଳ ସୁରଭି ତ୍ରିପାଠୀ ବନରକ୍ଷୀ ଧନୁର୍ଦ୍ଧର ବେହେରା। ଦୁଇ ସପ୍ତାହ ବ୍ୟବଧାନରେ ଦୁଇଟି ଦନ୍ତାହାତୀ ମୃତ୍ୟୁ । ଗୋଟିଏ ଗୁଳିରେ ଆଉ ଗୋଟିଏ ବିଦ୍ୟୁତ ଆଘାତରେ। ଭିନ୍ନଭିନ୍ନ ହେଲେବି , ତରିକା ଗୋଟିଏ । ଦୁର୍ବୃତଙ୍କ ଲକ୍ଷ , “ଦନ୍ତା ମାରି – ଦାନ୍ତ ନେବା” । ଦୁଇଟି ଦନ୍ତାହାତୀ ର ମୃତ୍ୟୁ ଏବଂ ମୃତ ହାତୀଙ୍କ ଦାନ୍ତ କାଟି ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି

nis-ad
Leave A Reply

Your email address will not be published.