ଦାରିଙ୍ଗବାଡ଼ି(୨୨/୭) : ଓଡିଶା ମାଟିର ଝିଅ ତଥା ଜଣେ ଆଦିବାସୀ ସମ୍ପ୍ରଦାୟର ମହିଳା ଦ୍ରୋପଦି ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଦ୍ରୋପଦୀ ମୁର୍ମୁ ନିର୍ବାଚିତ ହୋଇଛନ୍ତି । ଯାହାକି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ । ଏହାକୁ ନେଇ ସାରା ଭାରତରେ ବିଜୟ ଦିବସ ପାଳନ ହୋଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଛି । ଏହି ବିଜୟ ଉତ୍ସବ ସିମନବାଡ଼ି ,ବୁଡାଗୁଡ଼ାରେ ମଧ୍ୟ ବାଣ ଫୁଟାଇ ,ମିଠା ବାଣ୍ଟି ପାଳନ କରାଯାଇଛି । ଦାରିଙ୍ଗବାଡ଼ିରେ ବିଜେଡି, ବିଜେପି ବ୍ଳକ କମିଟି ପକ୍ଷରୁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁକୁ ବିଭିନ୍ନ ଆଦିବାସୀ ବାଜା ବାଜାଣା ବଜାଇ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ବିଜେପିର ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ସମ୍ପାଦକ ମିଟୁ ସାହୁ, ଜିଲ୍ଲା ସଂପାଦକ ମହେଶ୍ବର ସାହୁ, ହରେନ କୁମାର ସାହୁ, ଜୟଚନ୍ଦ୍ର ପଡର ସହଯୋଗରେ ହୋଇଥିଲା ବେଳେ ବିଜେଡି ଦଳ ମଧ୍ୟ ସମିତି ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଓ ଜିଲ୍ଲା ପରିଷଦ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ବିଜୟ ସ୍ଲୋଗାନ ଦେବା ସହ ବିଜୟ ଉତ୍ସବ ପାଳନ କରି ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post