ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଜାମିନ ଆବେଦନ ଖାରଜ କଲେ ଓଡିଶା ହାଇକୋର୍ଟ । ୨୦୧୮ ମସିହାରେ କ୍ରାଇମବ୍ରାଞ୍ଚ ଦ୍ବାରା ଗିରଫ ହୋଇଥିଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ।
୨୦୧୮, ଫେବୃଆରୀ ୨୩ରେ ନବ ବିବାହିତ ସୌମ୍ୟଶେଖର ଓ ପତ୍ନୀ ରିମା ପାର୍ସଲ ଖୋଲୁଥିବାବେଳେ ବିସ୍ଫୋରଣ ଘଟିଥିଲା ।
ଏଥିରେ ସୌମ୍ୟଶେଖର, ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିଲା ଓ ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୋଲିସ ମାମଲା ରୁଜୁ କରିଥିଲା । ଏହାପରେ ମାର୍ଚ୍ଚ ୨୩ରେ କ୍ରାଇମବ୍ରାଞ୍ଚର ଏସଆଇଟିକୁ ମାମଲା ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭଈଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।