ରାଜ୍ୟରେ ଆଉ ୧୧୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ଆଜି ବି ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୧୨ଶହ ମୁହାଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୦ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୪୮୮ ଜଣ ସ୍ଥାନୀୟ ସଂକ୍ରମିତ । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୬ ଜଣ ଶିଶୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ବର ଜିଲ୍ଲାରୁ ୧୮ ଜଣ, ବରଗଡ଼ରୁ ୩୧, ଭଦ୍ରକରୁ ୧୦ ଜଣ, ବଲାଙ୍ଗୀରରୁ ୧୧ଜଣ, ବୌଦ୍ଧରୁ ୧୯ ଜଣ, କଟକରୁ ୧୦୪ ଜଣ, ଦେବଗଡ଼ରୁ ୧୦ ଜଣ, ଢେଙ୍କାନାଳରୁ ୧ ଜଣ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୧, ଜଗତସିଂହପୁରରୁ ୮ ଜଣ, ଯାଜପୁରରୁ ୩୪ ଜଣ, ଝାରସୁଗୁଡ଼ାରୁ ୧୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୨ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୩ ଜଣ, କେନ୍ଦୁଝରରୁ ୧୨, ଖୋର୍ଦ୍ଧା ଜିଲ୍ଲାରୁ ୨୫୨, କୋରାପୁଟ ଜିଲ୍ଲାରୁ ୧୩ ଜଣ, ମୟୂରଭଞ୍ଜରୁ ୯୭ ଜଣ, ନବରଙ୍ଗପୁରରୁ ୯ ଜଣ, ନୟାଗଡ଼ ଜିଲ୍ଲାରୁ ୩୦ ଜଣ, ନୂଆପଡ଼ାରୁ ୧୩ ଜଣ, ପୁରୀରୁ ୨୦ ଜଣ, ରାୟଗଡ଼ାରୁ ୨୩ ଜଣ, ସମ୍ବଲପୁରରୁ ୧୧୧ ଜଣ, ସୋନପୁରରୁ ୧୮ ଜଣ, ସୁନ୍ଦରଗଡ଼ରୁ ୧୯୪ ଜଣ ଓ ଷ୍ଟେଟପୁଲରୁ ୫୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୩୦୪୩୬୯ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ କରୋନା ଜନିତ ମୃତ୍ୟୁ ସମ୍ପର୍କରେ ସୂଚନା ଦିଆଯାଇନାହିଁ । ତେବେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୧୩୦ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୦୪୩୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୨୮୭୯୪୧ ଜଣ ସୁସ୍ଥ ହୋଇଛନ୍ତି । ଆଉ ୭୨୪୫ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୩୨୪୫୬୭୯୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।

nis-ad
Leave A Reply

Your email address will not be published.