ଛତ୍ରପୁର (୨୨/୦୭) : ଗଞ୍ଜାମ ଜିଲ୍ଲାରେ ସହରାଞ୍ଚଳ ଗୁଡିକରେ ଖୁବ୍ ଶୀଘ୍ର ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକ ଖୋଲିବାକୁ ଯାଉଛି । ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ମାନଙ୍କରେ ସ୍ବତନ୍ତ୍ର ସୁବିଧା ଗୁଡିକ ଉପଲବ୍ଧ ହେବ । ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଗୁଡିକ ୧୫ ହଜାରରୁ ୨୦ ହଜାର ଜନ ସଂଖ୍ୟାକୁ ସେବା ଯୋଗାଇ ଦେବା ଲକ୍ଷ୍ୟ ରଖାଯାଇଛି । ଶୁକ୍ରବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲାବାସୀ କିଭଳି ଶୀଘ୍ରରୁ ଅତି ଶୀଘ୍ର ଏହି ସ୍ବାସ୍ଥ୍ୟ କେନ୍ଦ୍ରରୁ ଉପକୃତ ହୋଇ ପାରିବେ ସେଥି ନିମନ୍ତେ ଗୁରୁତ୍ବ ଦିଆଯାଇଥିଲା । ପୌରାଞ୍ଚଳ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ରହିଥିବା କୋଠା କିମ୍ବା ଘର ଭଡା ନେଇ ତାହାର ଆନୁସଙ୍ଗୀକ ବ୍ୟବସ୍ଥା କରାଯାଇ କେନ୍ଦ୍ର ଗୁଡିକୁ ଖୋଲାଯିବ । ସହରାଞ୍ଚଳ ଗୁଡିକରେ ଜନସଂଖ୍ୟା ବୃଦ୍ଧି ହେତୁ ଲୋକଙ୍କ ସ୍ବାସ୍ଥ୍ଯର ଉନ୍ନତି ନିମନ୍ତେ ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଅଧିକ ସହାୟକ ହୋଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଜଣାଇଥିଲେ । ୨୫ ଶହ ସ୍କୋୟାରଫୁଟ ପରିମିତ ଗୃହରେ ଏହି କେନ୍ଦ୍ର ଖୋଲାଯିବ । ଯେଉଁଠି ୨୫ଶହ ସ୍କୋୟାର ଫୁଟ ଗୁହ ଉପଲବ୍ଧ ହେବ ନାହିଁ ସେହିଠାରେ ବ୍ଲକ୍ ସ୍ତରୀୟ କମିଟିର ନିଷ୍ପତ୍ତି ପ୍ରକାରେ ୧୮ଶହ ସ୍କୋୟାର ଫୁଟ ପରିମିତ ଥିବା ଗୃହରେ ଉଭୟ ମହଲା ବ୍ୟବହାର କରି କେନ୍ଦ୍ର ଖୋଲିବାକୁ ଅନୁମତି ଦିଆଯିବ । ଆଉଟସୋର୍ସ ଦ୍ବାରା ଡାକ୍ତର, ଫିଜିଓ ଥେରାପିଷ୍ଟ, ଯୋଗ ଶିକ୍ଷକ ଏବଂ ଅନ୍ୟାନ୍ୟ ପାରା ମେଡିକାଲ ଷ୍ଟାଫ୍ ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ରରେ ସେବା ଯୋଗାଇ ଦେବେ । ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳର ମିନାକ୍ଷୀ ନଗରରେ ଥିବା କର୍ପୋରେସନ୍ କୋଠା, ଆଙ୍କୁଲିରେ ଥିବା ଆଙ୍କୁଲି ଡିସ୍ପେନସରୀ, ଗୋସାଣୀ ନୂଆଗାଁ ରାଜୀବ ଗାନ୍ଧୀ କଲ୍ୟାଣ ମଣ୍ଡପ, ଆମ୍ବପୁଆ ଗାଁ ରେ ଥିବା କମ୍ୟୁନିଟି ସେଣ୍ଟର, ତୁଳସୀ ନଗର ଦ୍ବତୀୟ ଗଳିରେ ଭଡା ଗୃହରେ ଏବଂ ଆଉ ଗୋଟିଏ ମାଟିଗାଁ ରେ ଏହି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲିବ । କୋଦଳା, ଛତ୍ରପୁର, ପୋଲସରା ରେ ଆଉ ୬ ଗୋଟି ସ୍ବାସ୍ଥ୍ୟ କେନ୍ଦ୍ର ଏହି ଭଳି ଜିଲ୍ଲାରେ ସମୁଦାୟ ୧୨ ଗୋଟି ସ୍ବାସ୍ଥ୍ୟ କଲ୍ୟାଣ କେନ୍ଦ୍ର ଖୋଲିବ । ଆଗାମୀ ୧୦ ଦିନ ମଧ୍ୟରେ ବ୍ରହ୍ମପୁର ଠାରେ ଦୁଇ ଗୋଟି ସ୍ବାସ୍ଥ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବ ଏବଂ ଆଗାମୀ ୨୦ ଦିନ ମଧ୍ୟରେ
Sign in
Sign in
Recover your password.
A password will be e-mailed to you.