ଫୁଲବାଣୀ(୨୨/୦୭) : ସରକାର ଗ୍ରାମାଞ୍ଚଳର ଗରିବ ରୋଗୀଙ୍କୁ ନିରାମୟ ଯୋଜନା ରେ ମାଗଣା ଔଷଧ ଦେଉଛନ୍ତି ହେଲେ ସେହି ଔଷଧ ରୋଗୀଙ୍କୁ ନଦେଇ ନିଜେ ରଖୁଥିବା ଔଷଧକୁ ଏହା ଭଲ କହି ଲୋକଙ୍କୁ ଶୋଷଣ ସରକାରୀ ଔଷଧ ରଖି ପରେ ଏକ୍ସପାଇର ଦେଖାଇ ଓ ଏହାସହିତ ଏକ୍ସପାଇର ହୋଇ ନ ଥିବା ଔଷଧକୁ ଶେଷରେ କୂଅ ଭିତରେ ମେଡିକାଲ କର୍ମଚାରୀ ପକାଇ ଦେଉଥିବା ନଜରକୁ ଆସିଥିଲା।ଏ ଭଳି ବଡ଼ ଅଭିଯୋଗ ଆସିଥିଲା କନ୍ଧମାଳ ଜିଲା ବାରୀକୁମ୍ପା ଡାକ୍ତରଖାନା ଉପରେ।ସୂଚନା ଯୋଗ୍ୟ ଯେ ଦୀର୍ଘ ଦିନ ହେବ ଏହି ଡାକ୍ତର ଖାନାରେ ରୋଗୀକୁ ସରକାରଙ୍କର ମାଗଣା ଔଷଧ ନଦେଇ କିଣିକି ନେବାପାଇଁ ଡାକ୍ତର ଚିଠା ଲେଖୁଥିଲେ।ରୋଗୀମାନେ ବାଧ୍ୟହୋଇ ଔଷଧ କିଣୁଥିଲେ ସେଇଟାପୁଣି ଖୋଦ ସେଠାକାର ଫାର୍ମାସିଷ୍ଟ ଓ ଡାକ୍ତରଙ୍କ ପାଖରୁ। ଔଷଧ,ଇଂଜେକସନ, ସାଲାଇନକୁ ରୋଗୀଙ୍କୁ ନ ଦେଇ ନିଜ ପାଖରେ ରଖୁଥିବା ସମସ୍ତ ଔଷଧକୁ ଭଲ ଔଷଧ କହି ଚିକିତ୍ସା କଲାପରେ ମୋଟା ଅଙ୍କରେ ପଇସା ନେଇ ରୋଗୀଙ୍କୁ ଶୋଷଣ କରୁଥିବା ନେଇ ସ୍ଥାନୀୟ ରାଧାକୃଷ୍ଣ ଯୁବକ ସଙ୍ଘ ତଦନ୍ତ ଚଳାଇଥିଲେ।ଏଭଳି ଗତ ବୁଧବାର ଦିନ ବାରୀକୁମ୍ପା ଡାକ୍ତର ଖାନା ନିକଟରେ ଥିବା ଏକ ପରିତ୍ୟକ୍ତ କୁଆ ଭିତରେ ସାଲାଇନ ଓ କିଛି ମେଡିସିନ ପଡିଥିବା ଦେଖିବାକୁ ମିଳିଥିଲା l
ତେଵେ.କିଏ କାଁହିକି ଓ କଣ ପାଈଁ ସେଠାରେ ପକାଇଥିବା ଜାଣିବା ପାଇଁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଯୁବକ ସଙ୍ଘ ପକ୍ଷରୁ ଜିଲାପାଳଙ୍କୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାବିପତ୍ର ଦେବାକୁ ଯାଇଥିଲେ।ଏହି ଖବର ଗଣମାଧ୍ୟମ ରେ ପ୍ରକାଶ ପାଇଲା ପରେ ଗୁରୁବାର ଦିନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦେଖିବାକୁ ଆସିଥିବାବେଳ କୂଅରେ ଔଷଧ ଗୁଡ଼ିକ ନଥିଲା।ରାତାରାତି ସେହି କୂଅ ଭିତରୁ ସମସ୍ତ ସରକାରୀ ଔଷଧ ଉଭାନ ହୋଇ ଯାଇଥିବା ଅଞ୍ଚଳର ସମସ୍ତଙ୍କୁ ଚକିତ କରି ପକାଇଛି।
Sign in
Sign in
Recover your password.
A password will be e-mailed to you.