ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳନ କଲେ ମାଲକାନଗିରି ବିଜୁ ଜନତା ଦଳ କର୍ମୀ

ମାଲକାନଗିରି,୨୧।୭: ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପରେ ବିଜୟ ଉତ୍ସବ ପାଳନ କରଯାଇଥିଲା । ଏହି ଅବସରରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ନଗର ଭବନରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ଏନଡିଏ ପକ୍ଷରୁ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଓଡିଶାର ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ଚୟନ କରାଯାଇଥିବା ବେଳେ ଏହାକୁ ବିଜୁ ଜନତା ଦଳ ପକ୍ଷରୁ ମଧ୍ୟ ସମର୍ଥନ କରାଯାଇଥିଲା । ଓଡିଶା ପାଇଁ ଦ୍ରୌପଦୀ ଗର୍ବ ଓ ଗୌରବ ହୋଇଥିବା ବେଳେ ତାଙ୍କର ବିଜୟ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଭରପୁର ପ୍ରୟାସ କରଯାଇଥିଲା । ତେବେ ଏହି କ୍ରମରେ ଦ୍ରୌପଦୀ ନିର୍ବାଚନରେ ବିଜୟ ଲାଭ କରିବା ପରେ ଆଜି ପୁରା ଦେଶରେ ଏହାକୁ ନେଇ ବେସ ଖୁଶିର ଲହରି ଖେଳିଯାଇଛି । ଏହି ବିଜୟ ପରେ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ନଗର ଭବନରେ ବିଜୟ ଉତ୍ସବ ପାଳନ କରାଯାଇଛି । ଏଥିରେ ମାଲକାନଗିରି ଜିଲ୍ଲା କାର୍ଯ୍ୟ କାରିଣୀ ସଭାପତି ଦୂର୍ଗା ପ୍ରସାଦ ତ୍ରିପାଠୀଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ସୋମାରୀ ତାଙ୍ଗୁଲ, ଜିଲ୍ଲା ପରିଷଦ ଉପାଧକ୍ଷ ପତିତ ପାବନ ବୈଦ୍ୟ, ପୂର୍ବତନ ବିଧାୟକ ମାନସ ମାଡକାମୀ, ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ପ୍ରକାଶ ପଟ୍ଟନାୟକ, ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା, ଜିଲ୍ଲା ଯୁବ ସଭାପତି ଆଡମା ରାବା, ଜିଲ୍ଲା ମହିଳା ସଭା ନେତ୍ରୀ ସୁକାନ୍ତି ବୁରୁଦା, ମାଲକାନଗିରି ପୌରାଧକ୍ଷ ମନୋଜ ବାରିକ, ପୌର ଉପାଧକ୍ଷା କବିତା ମହନ୍ତ, ପ୍ରମୁଖଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ବ୍ଲକ ଅଧକ୍ଷ, ୱାର୍ଡ ମେମ୍ବର, ଦଳୀୟ ନେତୃ ମଣ୍ଡଳୀ ଓ କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତେ ଖୁସି ବ୍ୟକ୍ତ କରିବା ସହ କେକ କାଟି ବିଜୟ ଉତ୍ସବ ପାଳନ କରିଥିଲେ ।  

nis-ad
Leave A Reply

Your email address will not be published.