ଯୌନ କେଲେଙ୍କାରୀ ଓ ଅର୍ଥ ହରିଲୁଟ ମାମଲାରେ ଅଭିଯୁକ୍ତ ଆନନ୍ଦ ବାବାଙ୍କ ଦୁର୍ନୀତି ଚେର ଲମ୍ବୁଛି


ଛତ୍ରପୁରର ଭିନ୍ନକ୍ଷମ ଅନୁଷ୍ଠାନ ଉପରେ ବୁଧବାର ଭିଜିଲାନସ୍ ଚଢ଼ାଉ !!

ଛତ୍ରପୁର : ଯୌନ କେଲେଙ୍କାରୀ ଓ ଅର୍ଥ ହରିଲୁଟ ମାମଲାରେ ଅଭିଯୁକ୍ତ ଛତ୍ରପୁର ର ଭିନ୍ନକ୍ଷମ ଅନୁଷ୍ଠାନ ର ମାଲିକ ତଥା ସର୍ବେସର୍ବା ବୋଲାଉଥିବା ଡ଼ଃ.କେ.ଆନନ୍ଦ ରାଓଙ୍କ ନାମରେ ଅଭିଯୋଗ ର ଚେର ଲମ୍ବୁଛି । ସୋମବାର ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଜଉଗଡ଼ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନା କୁମାରୀ ଖେସ୍ ଭିନ୍ନକ୍ଷମ ମାନଙ୍କ ସ୍ୱତନ୍ତ୍ର ଶୁଣାଣି କରିଥିଲେ । ଶୁଣାଣିରେ ପ୍ରମୁଖ ଭିନ୍ନକ୍ଷମ ପିଲାଙ୍କ ଅଭିଭାବକ ସମସ୍ତେ ନିଜ ପିଲାମାନଙ୍କ ର ଅର୍ଥ ହରିଲୁଟ ହୋଇଥିବା ବିଷୟରେ ଜିଲ୍ଲାପ୍ରଶାସନଙ୍କ ଠାରେ ଲିଖିତ ଓ ମୌଖିକ ଅଭିଯୋଗ କରିଛନ୍ତି । ପୁନଃଶ୍ଚ ବୁଧବାର ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନ ଉପରେ ପିଲାଙ୍କ ଅର୍ଥ ହଡ଼ପ ଅଭିଯୋଗରେ ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏକ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । ଯାହାକି ପ୍ରତିଟି ପିଲାମାନଙ୍କର ବ୍ୟାଙ୍କ ପାସବୁକ ଭିନ୍ନକ୍ଷମ ଅନୁଷ୍ଠାନ ର ମୁଖ୍ୟ ଆନନ୍ଦ ରାଓଙ୍କ ଅକ୍ତିଆରରେ ରଖାଯାଇଛି । ହିତାଧିକାରୀଙ୍କୁ କୌଣସି ବ୍ୟାଙ୍କ ପାସବୁକ ନ ଦିଆଯାଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଓ ଆନନ୍ଦ ବାବାଙ୍କ କବଜାରେ ଅଛି । ବ୍ଲାଙ୍କଚେକରେ ଅଭିଭାବକ ଙ୍କ ଦସ୍ତଖତ ନିଆଯାଉଛି । ପ୍ରତିଥର ଆସୁଥିବା ସରକାରୀ ପ୍ରାପ୍ୟ ରାଶି ତକ ଅଭିଭାବକ ମାନଙ୍କ ଜମାଖାତା କୁ ଆସିଲେ । ଉକ୍ତ ଅର୍ଥ ବ୍ଲାଙ୍କ ଚେକରେ ନିଆଯାଇଥିବା ଦସ୍ତଖତ ଚେକ ଫିଲଅପ କରି ବାବା ପଇସା ରାଶିତକ ଉଠାଇ ବାବା ମାଲାମାଲ ହୋଇଯାଇଛନ୍ତି ।

ଏ କ୍ଷେତ୍ରରେ ଆଇସିଆଇସି ବ୍ୟାଙ୍କ ଛତ୍ରପୁର ଶାଖା ର କର୍ମଚାରୀ କମିଶନ ସ୍ୱରୂପ ପ୍ରତିଥର ନେଉଥିବା ଯାହା କୁହାଯାଉଛି । ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ସହ ହାତ କରି ଅନୁଷ୍ଠାନ ନାମରେ ଆସୁଥିବା ଏଭଳି ବହୁ ଅର୍ଥ ହରି ଲୁଟ ହୋଉଛି ବୋଲି ଅଭିଭାବକ ଙ୍କ ଠାରୁ ସ୍ୱଷ୍ଟ ଭାବେ ପ୍ରମାଣିତ କରୁଛି । ଛତ୍ରପୁରର ସମର୍ଥ ଅନୁଷ୍ଠାନରେ ନାମ ଲେଖାଇଥିବା ଭିନ୍ନକ୍ଷମ ପିଲାଙ୍କ ଠାରୁ ଆଡ଼ମିଶନ ଫିଜ, ମାସିକ ଫିଜ ବାବଦରେ ମଧ୍ୟ ନଗଦ ନେଇ ରସିଦ ଦିଆଯାଇନାହିଁ । ଯାହା ଆଇନ ସଙ୍ଗତ ନୁହେଁ । ପୁନଃଶ୍ଚ ଭିନ୍ନକ୍ଷମ ପିଲାଙ୍କ ପ୍ରାପ୍ୟ ସରକାରୀ ଯୋଜନାରୁ ଆସୁଥିବା ଅର୍ଥ ରାଶି ମଧ୍ୟ ହଡପ କରିବା ଏକ ସ୍ୱାଭାବିକ କଥା । ଏହି ଅଭିଯୋଗ କୁ ସର୍ବସାଧାରଣରେ ଘୋର ନିନ୍ଦା କରାଯାଇଛି । ସର୍ବୋପରି ଭିନ୍ନକ୍ଷମ ନାମରେ ଗଠିତ “ସମର୍ଥ” ଅନୁଷ୍ଠାନ କରିଥିବା ଆନନ୍ଦ ବାବା ବହୁ ସାମାଜିକ ଓ ଜନ କଲ୍ୟାଣ ସଂଗଠନ ଦେଶ ବିଦେଶ ର ଏନଜିଓ ଠାରୁ ଅନୁଷ୍ଠାନ କୁ ଆସୁଥିବା କଲ୍ୟାଣପାଣ୍ଠି ର ଅର୍ଥ ହରିଲୁଟ କରି ବାବା ରାଜଭୋଗ ବିଳାସରେ ମାତି ମାଇପିଲୀଳା କରି ଭଲ ଏନଜୟ କରିଆସିଛନ୍ତି । ଇତିମଧ୍ୟରେ ଅନେକ ମହିଳା କର୍ମଚାରୀ, ମହିଳା ଭିନ୍ନକ୍ଷମ ଙ୍କ ସହ ଶାରୀରିକ, ମାନସିକ ଭଳି ଯୌନ ନିର୍ଯାତନା ଦେଇଆସୁଥିବା ଏହି ବାବାଙ୍କ ଉପରେ ସଂଘୀନ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟଯେ’ ଗତ ୪ ତାରିଖରୁ ଆଜିଯାଏଁ ଆନନ୍ଦ ରାଓ ଙ୍କ ନାମରେ ହୋଇଥିବା ସଂଘୀନ ଅଭିଯୋଗ ଥାନାରେ ଏତଲା ହୋଇ କେଶ ଫାଇଲ ହୋଇଥିଲା । ପରେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ଛତ୍ରପୁରରେ ପହଞ୍ଚି ଅନୁସନ୍ଧାନ କରିଯାଇଥିଲେ ।
ଏ ସବୁ ସତ୍ତ୍ୱେ ଛତ୍ରପୁର ପୋଲିସ ବିଭାଗ ତରଫରୁ କୌଣସି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ନେଇ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଛତ୍ରପୁର ଥାନା କର୍ତ୍ତୃପକ୍ଷ ଙ୍କ ସହ ଏସଡିପିଓ ଗୌତ୍ତମ କିଷାନଙ୍କ ତଦନ୍ତ ପରିସରରେ ଏହି ମାମଲା ଥିଲେ ମଧ୍ୟ ଆଜି ସୁଦ୍ଧା କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅତ୍ୟନ୍ତ କ୍ଷୋଭ ଓ ପରିତାପର ବିଷୟ ହୋଇଛି । ପ୍ରାଥମିକ ସ୍ତରରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତ ଆନନ୍ଦ ଙ୍କ ର ବ୍ୟବହାରିକ ବ୍ୟକ୍ତିଗତ ଲ୍ୟାପଟପ୍, କମ୍ପୁଟର ସିଷ୍ଟେମ, ମୋବାଇଲ ସେଲ ଆଦି ମଧ୍ୟ ଜବତ କରାଯାଇନାହିଁ, କି, ସେଗୁଡିକର ଯାଞ୍ଚ ମଧ୍ୟ କରାଯାଇନାହିଁ । ଏପରିକି ତାଙ୍କୁ ଗିରଫ କରିବା ର ନାଗନ୍ଧ ଉଠୁନାହିଁ । ଏସବୁ କଥାକୁ ବିଚାର ଆଲୋଚନା କଲେ ଏକ ଅଦ୍ଭୁତମୟ ଲାଗୁଛି । ଯାହା ଦୁର୍ନୀତି ଓ ଅପରାଧୀଙ୍କୁ ଦଣ୍ଡ ନ ମିଳେ କିମ୍ବା ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନ ହେବା ଯାହା ବହୁ ଚିନ୍ତାଶୀଳ ବ୍ୟକ୍ତି ବର୍ଗଙ୍କ ମନରେ ନୈରାଶ୍ୟଭାବ ସୃଷ୍ଟି କରିଛି । ଅହେତୁକ ଅଭିଯୋଗ ଆସିଥିବା ବେଳେ ଭିନ୍ନକ୍ଷମ ସଂଗଠନ ର ନେତା ସେ ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ବୋଲି ଗୋଟିଏ ଆଳ ଦେଖାଇ ତାଙ୍କୁ ଗିରଫ କରାଯାଇପାରିନି ବୋଲି ଯାହା ପୋଲିସ ପ୍ରଶାସନ ଠାରୁ ଶୁଣାଯାଉଥିବା ବେଳେ ଏଣେ ପୀଡ଼ିତାଙ୍କୁ ନ୍ୟାୟ ମିଳୁନାହିଁ, ତାହା ଏକ ନିନ୍ଦନୀୟ ବିଷୟ ହୋଇଛି । ଛତ୍ରପୁର ର “ସମର୍ଥ” ଭିନ୍ନକ୍ଷମ ଅନୁଷ୍ଠାନ ଉପରେ କ୍ରାଇମବ୍ରାଞ୍ଚ ତଦନ୍ତ ହେବା ଜରୁରୀ ବୋଲି ବିଭିନ୍ନ ମହଲରେ ସ୍ୱର ଉଠୁଛି ।

nis-ad
Leave A Reply

Your email address will not be published.