ରାୟଗଡା ଜିଲ୍ଲା ପରେ କୋରାପୁଟକୁ ବ୍ୟାପିଲା ହଇଜା !

କୋରାପୁଟ : ରାୟଗଡା ଜିଲ୍ଲା କାଶୀପୁର ପରେ କୋରାପୁଟକୁ ବ୍ୟାପିଲା ହଇଜା । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ହାତୀମୁଣ୍ଡା ଗାଁରେ ଝାଡାବାନ୍ତିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆକ୍ରାନ୍ତ ହୋଇଛନ୍ତି ।

ବର୍ତ୍ତମାନ ଦଶମନ୍ତପୁର ବ୍ଲକର ଛତାଆମ୍ବରେ ୧୧ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଜଣେ ୩୨ ବର୍ଷୀୟ ଗର୍ଭବତୀ ମହିଳାଙ୍କର ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଡମଣି ଜାନି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅରୁଣ ପାଢ଼ୀ ସୂଚନା ଦେଇଛନ୍ତି ।

ଆଜି ସୁଦ୍ଧା ଦଶମନ୍ତପୁର ବ୍ଲକର ହାତୀମୁଣ୍ଡା , ଛତାଆମ୍ବ , ଡାକାମରା ଓ ଗୁଲିମୁସା ଗାଁରେ ମୋଟ ୨୮ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏ ପର୍ଯ୍ୟନ୍ତ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ୧୨ ଜଣ କୋରାପୁଟ ସ୍ଥିତ ମେଡିକାଲ କଲେଜ ହସ୍ପିଟାଲରେ ଜଣେ ଓ ୬ ଜଣ ନିଜ ନିଜ ଘରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

nis-ad
Leave A Reply

Your email address will not be published.