ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନ ଚତୁର୍ଥ ନଂ ପ୍ଲାଟ୍ ଫର୍ମ ଠାରେ ଓରମାସ୍ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୱାନ୍ ଷ୍ଟେସନ ୱାନ୍ ପ୍ରୋଡ଼କ୍ଟ ଆଉଟଲେଟ୍ ର ଉଦ୍ଘାଟନ ହୋଇଯାଇଛି । ଏହା ରାଜ୍ୟ ସରକାରଙ୍କ ମିଶନ୍ ଶକ୍ତି ଯୋଜନାରେ ମହିଳା ମାନଙ୍କୁ ସ୍ୱାବିଲମ୍ବୀ କରିବା ପାଇଁ ପ୍ରୟାସ କରାଯାଇଛି । ମୁଖ୍ୟ ଅତିଥି ଭାବେ ମେୟର ସଂଘମିତ୍ରା ଦଳେଇ ଯୋଗଦେଇ ଆଉଟଲେଟ୍ର ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ପିଡ଼ିଡ଼ିଆରଡ଼ିଏ ଭି. କୀର୍ତି ୱାସନ, ନିଗମ କମିଶନର ଜେ. ସୋନାଲ, ସ୍ଥାନୀୟ କର୍ପୋରେଟର ପାର୍ବତୀ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହା ଷ୍ଟେସନର ଚତୁର୍ଥ ନଂ ପ୍ଲାଟ୍ଫୋର୍ମରେ ଉଦ୍ଘାଟିତ ହୋଇଥିବା ବେଳେ ଏହା ଛତ୍ରପୁର, ବଳରାମପୁରର ମା’ କନକ ଦୁର୍ଗା ମହିଳା ଏସ୍ଏଜି ମାଧ୍ୟମରେ ପରିଚାଳିତ ହେବ । ଏହି ଆଉଟ୍ଲେଟର ବ୍ରହ୍ମପୁରର ପ୍ରସିଦ୍ଧ ବିଭିନ୍ନ ରକମର ଆଚାର, ପାମ୍ପଡ଼ ସହିତ ମହିଳା ଏସ୍ଏଜି ଦ୍ୱାରା ନିର୍ମିତ ବହୁ ଖାଦ୍ୟ ସାମଗ୍ରି ବିକ୍ରି ହେବ । ବ୍ରହ୍ମପୁର ରେଳ ଷ୍ଟେସନକୁ ଆସୁଥିବା ଜିଲ୍ଲା ତଥା ବାହାର ରାଜ୍ୟର ଗ୍ରାହକ ମାନେ ସାମଗ୍ରି କ୍ରୟ କରିପାରିବେ । ଯାହା ଫଳରେ ବ୍ୟବସାୟ ସହିତ ବ୍ରହ୍ମପୁର ସାମଗ୍ରି ଚାହିଦା ବୃଦ୍ଧି ପାଇବ ବୋଲି ମେୟର ସଂଘମିତ୍ରା ଦଳେଇ ସୂଚନା ଦେଇଛନ୍ତି । ଏହି ଅବସରରେ ଓରମାସର ବହୁ ଅଧିକାରୀ ଓ କର୍ମଚାରୀଙ୍କ ସମେତ ମା’ କନକ ଦୁର୍ଗା ମହିଳା ଏସ୍ଏଜି ଗ୍ରୁପର ବହୁ ସଦସ୍ୟ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.