କାଶୀପୁର: ରାୟଗଡା ଜିଲ୍ଲା କାଶୀପୁର ଓ ଦଶରଥପୁରରେ ହଇଜା ସଂକ୍ରମଣ ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ସେ କହିଛନ୍ତି କାସଈପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ଯାହା ଫଳରେ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି ।
ପାଣିର ଉତ୍ସ ସମସ୍ତଙ୍କ ପାଇଁ ସମାନ ରହିଥିଲା ସେଥିପାଇଁ ଆଖପାଖ ଅଞ୍ଚଳରେ ଏହି ସଂକ୍ରମଣ ବ୍ୟାପୁଥିବା ସେ ସୂଚନା ଦେଇଛନ୍ତି । ମାତ୍ର ପ୍ରଥମେ ସେଠାରେ ଅବସ୍ଥା ଖରାପ ରହିଥିଲା । ଏବେ ନିୟନ୍ତ୍ରଣରେ ରହିଛି ।
ଏହାସହିତ ରାୟଗଡା, କୋରାପୁଟରେ ସ୍ୱାସ୍ଥ୍ୟ ବିଭାଗର ଟିମ ନିୟୋଜିତ ହେବା ସହିତ ସ୍ଥିତିର ମନିଟରିଂ କରୁଛନ୍ତି । ଜଳ ବିଶୋଧନ କାର୍ଯ୍ୟକ୍ରମ ବି ଆରମ୍ଭ ହୋଇଯାଇଛି । ତେବେ ଲୋକଙ୍କୁ କିପରି ଭଲ ପାଣି ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଉଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।