ଭୁବନେଶ୍ବର,୨୦।୭ ଚଳିତ ୨୦୨୨ ବର୍ଷର ମାଟ୍ରିକ ପରୀକ୍ଷାରେ ୪୪୨୪୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି। ରାଜ୍ୟର ମୟୂରଭଞ୍ଜ ଜିଲାରେ ସର୍ବାଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଛନ୍ତି। – ଏ ବିଷୟରେ ତଦନ୍ତ କରିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି
ଅନୁପସ୍ଥିତ ଥିବା ପିଲାଙ୍କ ଜିଲ୍ଲା ୱାରୀ ତାଲିକା ରାଜ୍ୟ ସରକାର ଦେଇଛନ୍ତି। ତାଲିକା ସବୁଠୁ ଉପରେ ରହିଛି ମୟୁରଭଞ୍ଜ ଜିଲ୍ଲା। ସେଠାରେ ୪୪୬୨ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇନାହାନ୍ତି। ସେହିପରି ଦ୍ବିତୀୟ ସ୍ଥାନରେ ରହିଛି ଗଞ୍ଜାମ ଜିଲ୍ଲା । ଯେଉଁଠି ୩୨୭୩ ପିଲା ମାଟ୍ରିକ ପରୀକ୍ଷା ରେ ଅନୁପସ୍ଥିତ ରହିଥିଲେ । ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହା ଲିଖିତ ଉତ୍ତର ରଖିଛନ୍ତି।