ଭୁବନେଶ୍ବର: କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପରିଚାଳନା ପ୍ରକ୍ରିୟାରେ ଥିବା କେତକ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନ କରିବା ପାଇଁ କେବଳ ସ୍ନାତକ ଦକ୍ଷତାରେ ସୀମିତ ନ ରଖି ଏହାକୁ ସ୍ନାତକ ସହ ମୁଦ୍ରଣ ଓ ମୌଳିକ କମ୍ପ୍ୟୁଟର ଦକ୍ଷତାକୁ ନିହାତି ଆବଶ୍ଯକ ମନେକରାଯାଉଛି।
କମିଶନଙ୍କ ଦ୍ବାରା ଏହି ମୂଳ ପଦବୀର ନିଯୁକ୍ତି ପ୍ରକ୍ରିୟାକୁ ସୁଗମ କରିବା ନିମନ୍ତେ ଅନୁସୂଚୀ ( ପାଠ୍ଯକ୍ରମ ଓ ପରୀକ୍ଷା ଯୋଜନା ) ଏବଂ ପରୀକ୍ଷା ଢାଞ୍ଚାରେ ମଧ୍ଯ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ପ୍ରକୃଷ୍ଟ ପ୍ରତିଭା ଓ ମୌଳିକ କମ୍ପ୍ୟୁଟର ଦକ୍ଷତାରେ ଆବଶ୍ଯକୀୟ ଜ୍ଞାନ ଥିବା କର୍ମଚାରୀଙ୍କୁ ସରକାରୀ ସେବାରେ ଯୋଗ ଦେବା ପାଇଁ ସୁଯୋଗ ସୃଷ୍ଟି କରିବ।
କମିଶନଙ୍କ ଦ୍ବାରା କନିଷ୍ଠ କାର୍ଯନିର୍ବାହୀ ସହାୟକ ( ଆଦ୍ଯ ନିଯୁକ୍ତ ) ମୂଳ ପଦବୀରେ ନିଯୁକ୍ତି ପ୍ରକ୍ରିୟାରେ ସୁଗମ ନିମିତ୍ତ ଏହି ନିୟମର ୧୫ (୧) ଅନୁସୂଚୀ ( ପାଠ୍ଯକ୍ରମ ଓ ପରୀକ୍ଷା ଯୋଜନା ) ଆବଶ୍ଯକୀୟ ପରିବର୍ତ୍ତନ କରାଯାଇଛି।