ବ୍ରହ୍ମପୁରରେ ବାଧ୍ୟତାମୂଳକ ହେଲା ମାସ୍କ । କୋଭିଡ ସଂକ୍ରମଣ ବଢୁଥିବାରୁ ବ୍ରହ୍ମପୁରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ପ୍ରଶାସନ ପକ୍ଷରୁ ବଧ୍ୟତମୂଳକ କରାଯାଇଛି।
ମନ୍ଦିର, ପାର୍କ, ବଜାରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସପିଂ ମଲ୍ ଓ ଦୋକାନରେ ନୋ ମାସ୍କ ନୋ ଏଣ୍ଟ୍ରି ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୋ ମାସ୍କ ନୋ ଗୁଡସ୍ ବା ମାସ୍କ ନାହିଁ ତ ଜିନିଷ ନାହିଁ ଲେଖିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେଇଛି ପ୍ରଶାସନ।