ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରୁ ରବିବାର ଆଉ ୬୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୮୪,୮୩୫ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୨୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୬୮ ଏବଂ ସୁନ୍ଦରଗଡ଼ରୁ ୬୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ସମ୍ବଲପୁରରୁ ୪୧, ପୁରୀ ୩୭, ବାଲେଶ୍ୱର ୧୬, ନୂଆପଡ଼ା ୧୨, ନୟାଗଡ଼ ୧୧, ଯାଜପୁର ୧୦, ମୟୂରଭଞ୍ଜ ୮, କେନ୍ଦ୍ରାପଡ଼ା ୬, ଦେବଗଡ଼ ୫, ଜଗତସିଂହପୁର ୫, କଳାହାଣ୍ଡି ୫, ରାୟଗଡ଼ା ୪, ବଲାଙ୍ଗୀର ୩, ବୌଦ୍ଧ ୩, କେନ୍ଦୁଝର ୩, ଗଞ୍ଜାମ ୨, ଝାରସୁଗୁଡ଼ା ୨, ଭଦ୍ରକ ଏବଂ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ପୁଲ୍‌ ସଂଖ୍ୟା ରହିଛି ୫୩।

nis-ad
Leave A Reply

Your email address will not be published.