କାଶୀପୁର ଝାଡ଼ାବାନ୍ତିରେ ହୋଇଥିବା ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି

କାଶୀପୁର: ଝାଡ଼ାବାନ୍ତିରେ କାଶୀପୁର ବ୍ଲକରେ ମୃତ୍ୟୁ ସଂଖ୍ୟା ୭ କୁ ବଢିଲା । ବିଗତ ୨ ଦିନ ମଧ୍ୟରେ କାଶୀପୁର ବ୍ଲକରେ ୬ ଜଣ ଝାଡା ବାନ୍ତିରେ ମୃତ୍ୟୁ ବାରାଁ କରିଥିବା ବେଳେ ଆଜି ବଞ୍ଚଳୀ ଗାଁର ଜଣକର ମୃତ୍ୟୁ ଘଟି ଥିବା ଜଣା ଯାଇଛି । ସେହେଲେ ପଞ୍ଚାଳି ଗ୍ରାମର ଅଗାଧୁ ଗରଡା(୫୦) ।ସମଗ୍ର କାଶୀପୁର ବ୍ଲକରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି ।

ଅପରପକ୍ଷରେ ସ୍ୱାସ୍ଥ୍ୟବିଭାଗ ରବିଳମ୍ବିତ ପଦକ୍ଷେପ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଦାୟିତ୍ୱହୀନତା ଯୋଗୁଁ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ବର୍ତ୍ତମାନ ଏହି ବ୍ଲକର ୬୦ ରୁ ଅଧିକବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ୭ ଜଣଙ୍କ ଚିକିତ୍ସା ଜାରି ରହିଛି ।

nis-ad
Leave A Reply

Your email address will not be published.