ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ଆସନ୍ତାକାଲି ଓଡ଼ିଶାର ସମସ୍ତ ମନ୍ଦିରରେ ଦୀପ ଜାଳିବ ବିଜେପି: ଡ.ଲେଖାଶ୍ରୀ

ଭୁବନେଶ୍ୱର: ଓଡ଼ିଶା ମାଟିର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଭାବେ ମନୋନୀତ କରିଛିି । ଆଗାମୀ ୧୮ ତାରିଖ ଦିନ ରାଷ୍ଟ୍ରପତି ନିର୍ବାଚନ ହେବ । ଏହି ଅବସରରେ ଭାରତୀୟ ଜନତା ପାର୍ଟିି ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ଆସନ୍ତାକାଲି ୧୭ ତାରିଖରେ ଓଡ଼ିଶାର ସମସ୍ତ ମନ୍ଦିର, ଦେବସ୍ଥାନ, ପୂଜାସ୍ଥଳୀରେ ପୂଜା ଅର୍ଚ୍ଚନା କରି ବିଜୟ କାମନା କରିବ ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ, ସାଂସଦ, ବିଧାୟକ ପ୍ରାର୍ଥୀ, ସାଂସଦ ପ୍ରାର୍ଥୀ, ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୂର୍ଜାର୍ଚ୍ଚନା କରି ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ଭଗବାନକୁ ପ୍ରାର୍ଥନା କରିବାକୁ ଡ. ଲେଖାଶ୍ରୀ ଅନୁରୋଧ କରିଛନ୍ତି ।
ରାଜ୍ୟର ପୁରୀ ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ପ୍ରଭୁ ଲିଙ୍ଗରାଜ, ମା ସମଲେଶ୍ୱରୀ, ତାରାତାରେଣୀ, ଭଦ୍ରକାଳୀ ପ୍ରମୁଖ ମନ୍ଦିରରେ ଆସନ୍ତାକାଲି ଦିନ ୧୨ ପୂର୍ବରୁ ପୂଜା ସାରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଅନୁରୋଧ କରିଛନ୍ତି ଡ. ଲେଖାଶ୍ରୀ । ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ସାରା ଓଡ଼ିଶାର ଜନସାଧାରଣ ଭଗବାନକୁ ଡାକନ୍ତୁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.