ଟ୍ରେନ୍‌ରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ମାର୍‌ପିଟ୍‌, ଛୁରାମାଡ଼ରେ ଜଣେ ମୃତ

ଖଲ୍ଲିକୋଟ: ଚେନ୍ନାଇ-ହାୱାଡା ମେଲ ଟ୍ରେନରେ ଦୁଇ ଯାତ୍ରୀଙ୍କ ମଧ୍ୟ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ମାର୍‌ପିଟ୍‌ ହୋଇଛି । ଜଣେ ଯାତ୍ରୀଙ୍କ ଛୁରା ଆକ୍ରମଣରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ପ୍ରସନ୍ନଜିତ୍‌ ଗରାଇ । ଗଞ୍ଜାମ ଷ୍ଟେସନ ନିକଟରେ ତାଙ୍କୁ ଉଦ୍ଧାର କରି ଆରପିଏଫ ଛାତ୍ରପୁର ମେଡିକାଲ ଆଣିଥିଲା ।

ଅଭିଯୁକ୍ତ ରାଜୀବ ଗରାଇକୁ ଗଞ୍ଜାମ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ୍‌ । ମୃତକଙ୍କ ଘର ପଞ୍ଚିମବଙ୍ଗର ବାହାଦୁରପୁର ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.