ସ୍ନିଗ୍ଧାରାଣୀଙ୍କ କାର ଦୁର୍ଘଟଣା ମାମଲା: ବିନା ଡିଏଲରେ ଗାଡି ଚଳାଉଥିଲେ ଡ୍ରାଇଭର

ବଲାଙ୍ଗୀର: ସୋନପୁର କାର ଦୁର୍ଘଟଣା ମାମଲାରେ ନୂଆ ତଥ୍ୟ ପାଇଛି ପୋଲିସ । ପୋଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ କାର ଚଳାଉଥିବା ଡ୍ରାଇଭର ଅଜୟଙ୍କର ଡିଏଲ୍‌ ନାହିଁ । ତେବେ ଆଇନର ଜଣେ ରକ୍ଷକ ହୋଇ ସୁଦ୍ଧା ସେ ଆଇନକୁ ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ହୋଇଛି । ଗାଡି ଚଳାଉଥିବା ଅଜୟ ଜେଠୀଙ୍କ ନିକଟରେ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ମଧ୍ୟ ଜଣାପଡିଛି ।

ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରକିଛନ୍ତି ସୋନପୁର ଏସପି । ଇନ୍ସପେକ୍ଟର ସୁନାଙ୍କର ଗାଡି ଚଳାଉଥିବା ଅଜୟ ଜେଠୀଙ୍କ ନିକଟରେ ଡିଏଲ ନଥିବା ବେଳେ ସେ ଗାଡି ଚଳାଉଥିଲେ ବୋଲି ଏସପି ପ୍ରକାଶ କରିଛନ୍ତି । ତେବେ ଡିଏଲ ନାହିଁ ଜାଣି ମଧ୍ୟ ସୁନା ମ୍ୟାଡମ ତାଙ୍କୁ ଗାଡି କିପରି ଚଳାଇବାକୁ ଦେଇଥିଲେ ବୋଲି ପ୍ରଶ୍ନ ଉଠିଛି । ତେବେ ଏହା ଜଣାପଡିବା ପରେ ଅଜୟ ଜେଠୀଙ୍କ ନାଁରେ ଏମଭି ଆକ୍ଟରେ ମାମଲା ରୁଜୁ କରାଯାଇଛି ।

ଏହି ଦୁର୍ଘଟଣାରେ ୩ ଜଣ ବ୍ୟକ୍ତିଙ୍କ ପ୍ରାଣ ହରାଇଛନ୍ତି । ତେଣୁ ସମ୍ପୃକ୍ତ ଅଭିଯୁକ୍ତ ଅଜୟ ଜେଠୀଙ୍କୁ ଗିରଫ କରାଯାଇଛି । ସେପଟେ ଇନ୍ସପେକ୍ଟର ସୁନାଙ୍କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବିନା ଡିଏଲରେ ଅଜୟଙ୍କୁ କିପରି ଗାଡି ଚଳାଇବାକୁ ଦେଇଥିଲେ ବୋଲି ଉଠିଛି ପ୍ରଶ୍ନ ।

nis-ad
Leave A Reply

Your email address will not be published.