ପୁଣି ଥରେ କାର୍ଯ୍ୟକ୍ଷମ ହେବ ଗୋପୀନାଥପୁର ସ୍ଲିପର କାରଖାନା

ନୀଳଗିରି: ଖୁବଶୀଘ୍ର ଖୋଲିବ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ଗୋପୀନାଥପୁର ଠାରେ ଥିବା ସ୍ଲିପର କାରଖାନା। ଏହି କାରଖାନା ଦୀର୍ଘବର୍ଷ ଧରି ବନ୍ଦ ପଡିଥିଲା। ସ୍ଥାନୀୟ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଏହି କାରଖାନା ଖୋଲିବାରେ ସଫଳ ହୋଇଥିବା ଜଣାପଡିଛି।

ସୂଚନଯୋଗ୍ୟ, ଏହି ସ୍ଲିପର କାରଖାନା ପୂର୍ବରୁ ୨୪ ଘଣ୍ଟା ଚାଲୁଥିବା ବେଳେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ହଜାରେ ପରିବାର ଏହା ଉପରେ ନିର୍ଭର କରି ଗୁଜରାଣ ମେଣ୍ଟାଉଥିଲେ।

ଶ୍ରମିକଙ୍କ ଦରମା ବୃଦ୍ଧି କରିବା ନେଇ କାରଖାନା ମାଲିକ ଓ ଶ୍ରମିକମାନଙ୍କ ମଧ୍ୟରେ ତିକ୍ତତା ଲାଗି କାରଖାନା ବନ୍ଦ ହୋଇଥିଲା। ପରେ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଓ ଶ୍ରମିକ ନେତା ହସ୍ତକ୍ଷେପ ପରେ କାରଖାନା ଖୋଲିବ କଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ତତ୍କାଳୀନ ରେଳମନ୍ତ୍ରୀ ପିୟୁସ ଗୋଏଲଙ୍କୁ ଏହାର ପ୍ରତିକାର ପାଇଁ ପତ୍ର ଲେଖିବା ସହ ବାରମ୍ବାର ଭେଟି ଆସୁଥିଲେ। ହେଲେ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ଭାର ନେବାପରେ ଶ୍ରୀ ଷଡ଼ଙ୍ଗୀ ଗୋପୀନାଥପୁର ଠାରେ ଷ୍ଟେସନ ନିର୍ମାଣ କରିବାରେ ସଫଳ ହୋଇଥିବା ବେଳେ ସ୍ଲିପର କାରଖାନା ଖୋଲିବା ପାଇଁ ଦାବି କରିଥିଲେ। ଶେଷରେ ଦୀର୍ଘ ୧୩ ବର୍ଷରୁ ଉର୍ଦ୍ଧ୍ଵ ହେବ ବନ୍ଦ ପଡିଥିବା କାରଖାନା ଖୋଲିବାକୁ ଯାଉଛି।

ପୁନେର ଜଣେ ସ୍ଲିପର କାରଖାନା ମାଲିକ ପୁରୁଣା ମାଲିକ ଠାରୁ ଏଗ୍ରିମେଣ୍ଟ କରି ଏହା ଚାଲୁ କରିବା ନେଇ ଇଛୁକ ଥିବା ବେଳେ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟି ବିଷଦ ଆଲୋଚନା କରିଛନ୍ତି। ଆଜି ସାଂସଦ ସ୍ଲିପର କାରଖାନା ନିଜେ ଯାଇ ତଦାରଖ କରିଛନ୍ତି। ପୁରୁଣା ଶ୍ରୀମିକଙ୍କ ବକେୟା ପାଉଣା ଦେବା ପରେ ଅଚଳ କାରଖାନା ଚାଲିବା ସ୍ଥିତି ପରଖିଲେ ଯାଇ ସ୍ଲିପର କାରଖାନା ଚାଲିବ ବୋଲି ସେ କହିଛନ୍ତି।

nis-ad
Leave A Reply

Your email address will not be published.