୩୨୬ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ

ମାଲକାନଗିରି : ମାଲକାନଗିରି ଠାରୁ ୧୫କିମି ଦୂର ୩୨୬ ନମ୍ବର ଜାତୀୟ ରାଜପଥ ରେ ପିକ୍ପ ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କାରେ ବାଇକ ଆରୋହି ମୃତ । ସୂଚନାରୁ ପ୍ରକାଶ ମୃତ ଅଜିତ ଢାଲି ନାମକ ଯୁବକ ଶିକ୍ଷପାଲ୍ଲୀ ହାଟରୁ ସଉଦା କ୍ରୟ କରି ନିଜ ଗାଁ ଏମ ଭି ୧୫ କୁ ଫେରିବା ବା ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ପିକ୍ପ ଧକ୍କା ଦେଇଥିଲା । ଫଳରେ ମୋଟର ସାଇକେଲର ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ । ଘଟଣା ସ୍ତଲରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ସହାୟତା ଦାବିରେ ରାସ୍ତା ରୋକ କରିଛନ୍ତି । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଁଚି କ୍ରୋଧିତ ଜନସାଧରଣ ଙ୍କୁ ବୁଝାଇବା ସହ ଆଲୋଚନା କରିଛନ୍ତି । ଉକ୍ତ ପିକ୍ପ ଟି ମାଲକାନଗିରି ଡ୍ୟାମ ସାଇଡ ର ତପନ ରଙ୍ଗ ଙ୍କ ବୋଲି ଜଣାପଡିଛି ।

nis-ad
Leave A Reply

Your email address will not be published.