ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ ଗ୍ରୀନ୍‌ ଚିଲି ସିଲ୍‌ କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ସ୍ଥିତ ଗ୍ରୀନ୍‌ ଚିଲି ସିଲ୍‌ । ୭ ଦିନ ପାଇଁ ସିଲ୍‌ କଲା ଭୁବନେଶ୍ୱର ମହାନଗର ନିଗମ। ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ଖାଦ୍ୟ ତିଆରି କରାଯାଉଥିବାରୁ ଦୋକାନକୁ ସିଲ୍‌ କରାଯାଇଛି।

ବିଏମ୍‌ସି କମିଶନର ଓ ତାଙ୍କ ଟିମ୍‌ ସହରରେ ବୁଲି ଅନୁଧ୍ୟାନ କରୁଥିବା ସମୟରେ ଗ୍ରୀନ୍‌ ଚିଲିରେ ଅସ୍ୱାସ୍ଥ୍ୟକର ପରିବେଶ ଥିବା ନଜରକୁ ଆସିଥିଲା। ରାଜଧାନୀରେ ଥିବା ସମସ୍ତ ଦୋକାନୀ ଡଷ୍ଟବିନ୍‌ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କେହି ଏହାକୁ ଅମାନ୍ୟ କଲେ ଫାଇନ୍‌ ଆଦାୟ କରାଯିବ ।

nis-ad
Leave A Reply

Your email address will not be published.