ଭୁବନେଶ୍ୱର: ରସଗୋଲା ଓଡ଼ିଶାର। ରସଗୋଲାକୁ ନେଇ ଅତୀତରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ତାହା ଅତୀତ । ବର୍ତ୍ତମାନ ସେ ବିବାଦ ଆଉ ନାହିଁ । ଜିଆଇ ଟ୍ୟାଗ୍ ମିଳି ସାରିଛି । ସତ୍ୟ କେବେ ଲୁଚେ ନାହିଁ । ଆରାଧ୍ୟ ଦେବତା ଆମର ପ୍ରଭୁ ଶ୍ରୀ ଜଗନ୍ନାଥ । ମାଦଳା ପାଞ୍ଜିଠୁ ନେଇ ଇତିହାସକୁ ଗଲେ ବି ଏ ପ୍ରଥା ଓ ପରମ୍ପରା ବହୁ ପୁରାତନ ଏବଂ ପ୍ରାଚୀନ । ଏହାର ମହତ୍ତ୍ଵକୁ କେହି ଅଣଦେଖା କରି ପାରିବେ ନାହିଁ ବୋଲି ରସଗୋଲା ଦିବସରେ କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ।
ସେ କହିଛନ୍ତି ଯେ, ନୂଆ ଯୁଗରେ ଯଦି ୟାକୁ କିଏ କହିବ ଆମର ତେବେ ତାହାର କୌଣସି ଭିତ୍ତି ନାହିଁ । ସତ୍ୟ ସବୁବେଳେ ସତ୍ୟ । ସତ୍ୟ ହେଉଛି ରସଗୋଲା ଜଗନ୍ନାଥ ପାଖରେ ଭୋଗ ଲାଗେ । ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି ଯେତିକି ପୁରୁଣା ରସଗୋଲା ମଧ୍ୟ ସେତିକି ପୁରୁଣା । ତେଣୁ ଆଜିର ତାରିଖରେ ସେମିତି କୌଣସି ବିବାଦ ନାହିଁ । ତେଣୁ ଆଗାମୀ ଦିନ ମଧ୍ୟ ଠିକ୍ରେ ଚାଲିବ । ସେଥିପାଇଁ ଏହି ବିବାଦରୁ ବାହାରି ଆମେମାନେ ଆଗକୁ ବଢ଼ିବା ଉଚିତ୍।
ତେବେ ରସଗୋଲା କ୍ଲଷ୍ଟର କରିବାକୁ ଘୋଷଣା କରାଯାଇଥିଲା ତାହା କେତେ ବାଟ ଗଲା ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି ଯେ, ଆମେ ସେ ଦିଗରେ ଆମର କାର୍ଯ୍ୟକ୍ରମ ଜାରି ରଖିଛୁ । ତାହା ଆଗକୁ ବଢୁଛି । ସେଇଟା ଯେତିକି ସରକାରଙ୍କ ଉପରେ ନୁହେଁ ସେତିକି ବ୍ୟବସାୟୀଙ୍କ ଉପରେ ନିର୍ଭର କରୁଛି । ରସଗୋଲାକୁ ସେମାନେ କେତେ ଲୋକପ୍ରିୟ କରାଇବେ । ସରକାରଙ୍କ କାମ ହେଉଛି ପ୍ରୋତ୍ସାହନ ଦେବା । ସରକାର ସେ କଥା ଆଗରୁ କରିବା ସହ ଘୋଷଣା କରି କାର୍ଯ୍ୟରତ ଅଛନ୍ତି ।