ଲଗାଣ ବର୍ଷାରେ ଗଛପଡ଼ି ଦାରିଙ୍ଗବାଡ଼ି – ପର୍ତ୍ତମାହା ରାସ୍ତା ଅବରୋଧ

ଦାରିଙ୍ଗବାଡ଼ି (୧୨/୭) : ଦାରିଙ୍ଗବାଡ଼ି ବ୍ଳକରେ ଲଗାଣ ବର୍ଷା ଫଳରେ ସିମନବାଡ଼ି-ବୁଡାଗୁଡ଼ା ରାସ୍ତା , ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତବିଭାଗ ରାସ୍ତାର ଶିଝିଗାଣ୍ଡା ଘାଟି ଓ ଦାରିଙ୍ଗବାଡ଼ି-ପର୍ତ୍ତମାହା ରୋଡ଼ର ଟଣ୍ଡମି ଗ୍ରାମ ନିକଟରେ ଗଛପଡ଼ି ରାସ୍ତା ଅବରୋଧ ହୋଇଥିଲା । ତଣ୍ଡମି ଗ୍ରାମ ନିକଟରେ ରୋଡ଼ ଉପରେ ବଡ଼ ଗଛ ପଡ଼ି ରାସ୍ତା ଅବରୋଧ ହୋଇ ସକାଳ ପ୍ରାୟ ସାଡ଼େ ନଅ ଘଣ୍ଟା ସମୟରୁ ଅପରାହ୍ନ ଏକ ଘଣ୍ଟା ଯାଏ ରାସ୍ତାରେ ଗମନାଗମନ ବ୍ୟାହତ ହୋଇଥିଲା। ଯାହାରି ଫଳରେ ପର୍ତ୍ତମାହା ,ପକାରୀ ଓ ରାଣିପାଙ୍ଗା ପଞ୍ଚାୟତ ବାସୀଙ୍କ ଗମନାଗମନ ସମସ୍ୟା ହୋଇଥିଲା । ଏହି ସମ୍ପର୍କରେ ପ୍ରଶାସନ ସୂଚନା ପାଇଲା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ରୋଡ଼ ଉପରେ ପଡ଼ି ଥିବା ଗଛ ଗଣ୍ଡିକୁ କାଟି ସଫା କରି ରାସ୍ତା ଅବରୋଧ ହଟାଇଥିଲେ । ସେହିପରି ସିମନବାଡ଼ି-ବୁଡାଗୁଡ଼ା ରାସ୍ତାର ଅଲାରୀ ଛକ ନିକଟରେ ଓ ଦାରିଙ୍ଗବାଡ଼ି-ବ୍ରାହ୍ମଣୀଗାଁ ପୁର୍ତ୍ତବିଭାଗ ରାସ୍ତାରେ ପଡ଼ି ଥିବା ଗଛଗଣ୍ଡିକୁ ଅଗ୍ନିଶମ ବିଭାଗ ସଫା କରି ଅବରୋଧ ହଟାଇ ଗମନାଗମନ ସୁଗମ କରିଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.