୨୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଲେ ଅତିରିକ୍ତ ଥାନା ଅଧିକାରୀ

ନବରଙ୍ଗପୁର: ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉମରକୋଟ ଥାନା ଅତିରିକ୍ତ IIC ଲିମାରାଜ ପ୍ରଧାନ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ତାଙ୍କୁ ଗତକାଲି ରାତିରେ ଭିଜିଲାନ୍ସ ବିଭାଗ ଗିରଫ କରିଛି ।

ସୂଚନା ଅନୁସାରେ, ଗୋଟିଏ ପୁରୁଣା କେସକୁ କୋହଳ କରିବାକୁ ଲିମାରାଜ ଜଣେ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ନେଉଥିଲେ । ଟଙ୍କା ନେଇ ଦଉଡ଼ି ଚାଲି ଯାଉଥିବା ସମୟରେ ରାତି ୧୧ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଭିଜିଲାନ୍ସ ତାଙ୍କୁ ଗୋଡ଼ାଇ ଗୋଡେଇ କିଛି ସମୟର ଧସ୍ତା ଧସ୍ତି ପରେ କାବୁ କରିବାରେ ସଫଳ ହୋଇଥିଲା । ଏହି ଭିଜିଲାନ୍ସ ଟିମରେ ନବରଙ୍ଗପୁର, ମାଲକାନଗିରି ଓ ଜୟପୁର ଭିଜିଲାନ୍ସ ବିଭାଗରର ୧୪ ଜଣ ସାମିଲ ରହିଥିଲେ । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ନବରଙ୍ଗପୁର ଭିଜିଲାନ୍ସ ବିଭାଗ ଓ ମାଲକାନଗିରି ଭିଜିଲାନ୍ସ ବିଭାଗ ମିଳିତ ଭାବରେ ଚଢାଉ କରିଥିଲା ।

nis-ad
Leave A Reply

Your email address will not be published.